ବୋମା ଧମକ ପରେ ଖାଲି ହେଲା ସ୍କୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 12, 2023

ବୋମା ଧମକ ପରେ ଖାଲି ହେଲା ସ୍କୁଲ

ସ୍କୁଲ ଭିତରେ ବୋମା ଖଞ୍ଜା ଯାଇଥିବା ଧମକପୂର୍ଣ୍ଣ ଇ-ମେଲ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ଦକ୍ଷିଣ ଦିଲ୍ଲୀର ଗୋଟିଏ ସ୍କୁଲକୁ ଏପରି ଧମକ ମିଳିବା ପରେ ତୁରନ୍ତ ଏହାକୁ ଖାଲି କରି ଦିଆଯାଇଛି। ଏଥିସହ ସମସ୍ତ ପ୍ରକାରର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

ପୁଲିସ କହିଛି ଯେ ସାଦିକ ନଗର ଥିବା ଗୋଟିଏ ସ୍କୁଲକୁ ଇ-ମେଲ ଯୋଗେ ବୋମା ଧମକ ଦିଆଯାଇଥିଲା। ସ୍କୁଲ ପରିସରରେ ବୋମା ଖଞ୍ଜା ଯାଇଛି ଓ ଏହା କିଛି ସମୟ ପରେ ବିସ୍ଫୋରଣ ହେବ ବୋଲି ଧମକ ମିଳିଥିଲା।

ଏହି ଖବର ପରେ ତୁରନ୍ତ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲରେ ଥିବା ପିଲା ଓ କର୍ମଚାରୀମାନଙ୍କୁ ଖାଲି କରି ଦେଇଥିଲେ। ଖବର ପାଇ ସ୍କୁଲ ଗେଟ ସମ୍ମୁଖରେ ମଧ୍ୟ ପ୍ରବଳ ଲୋକଙ୍କ ଭିଡ଼ ଜମିଥିଲା। ଏମାନଙ୍କ ମଧ୍ୟରେ ସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ବାପା ମା’ମାନେ ରହିଥିଲେ। ଖବର ପାଇ ପୁଲିସ୍‌ ମଧ୍ୟ ବୋମା ନିଷ୍କ୍ରିୟ ଟିମ ସହ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ଏଯାଏ ସ୍କୁଲ ପରିସରରୁ କୌଣସି ପ୍ରକାରର ବୋମା କିମ୍ବା ବିସ୍ଫୋରକ ଜବତ ହୋଇନାହିଁ।

ଅନ୍ୟପକ୍ଷରେ ପୁଲିସ୍‌ ଗୋଟିଏ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସେହିପରି ଟେକ୍ନିକାଲ ଟିମ ସହାୟତାରେ କିଏ ଇ-ମେଲ ପଠାଇଥିଲା, ତା’ ପାଖରେ ପୁଲିସ୍‌ ପହଞ୍ଚିବାକୁ ଉଦ୍ୟମ ଜାରି ରଖିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/hjR3Sf4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages