ପ୍ରେମ ସମ୍ପର୍କରେ ଭଟ୍ଟା ପଡ଼ିଲେ ଲଗାଇ ହେବନି ବଳାତ୍କାର ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 4, 2023

ପ୍ରେମ ସମ୍ପର୍କରେ ଭଟ୍ଟା ପଡ଼ିଲେ ଲଗାଇ ହେବନି ବଳାତ୍କାର ଅଭିଯୋଗ

ଦୁଇ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ପରସ୍ପର ସହମତିରେ ଆରମ୍ଭ ହୋଇଥିବା ସମ୍ପର୍କରେ ବେଳେବେଳେ ଭଟ୍ଟା ପଡ଼ିଥାଏ। ଫଳରେ ବିବାହ ବନ୍ଧନରେ ବାନ୍ଧି ହେବା ପୂର୍ବରୁ ଉଭୟଙ୍କ ସମ୍ପର୍କ ଭାଙ୍ଗି ଚୁରମାର ହୋଇଯାଏ। ଦୁଇ ଜଣଙ୍କ ରାସ୍ତା ଅଲଗା ହୋଇଯାଏ। ଏପରି କ୍ଷେତ୍ରରେ ତତ୍‌କ୍ଷଣାତ ଜଣେ ଅନ୍ୟଜଣକ ଉପରେ ବଳାତ୍କାର ଆରୋପ ଲଗାଇଥାଏ।

ଏପରି କ୍ଷେତ୍ରରେ ଅଭିଯୋଗକାରୀ ବଳାତ୍କାର ଆରୋପ ଲଗାଇ ପାରିବେ ନାହିଁ ସ୍ପଷ୍ଟ କରିଛନ୍ତି ବମ୍ବେ ହାଇକୋର୍ଟ। ବମ୍ବେ ହାଇକୋର୍ଟ ବିଚାରପତି ଭାରତୀ ଡାଙ୍ଗରେ ଏପରି ଏକ ମାମଲାର ବିଚାର କରି ଏକ ବଳାତ୍କାର ଅଭିଯୋଗର ଆରୋପୀଙ୍କୁ ଦୋଷମୁକ୍ତ କରିଛନ୍ତି।

ଗତ ୨୦୧୬ ମସିହାରେ ବର୍ସୋବା ଥାନାରେ ଜଣେ ଯୁବତୀ କରିଥିବା ଅଭିଯୋଗ ଅନୁଯାୟୀ, ସୋଶାଲ ମିଡିଆରେ ଉକ୍ତ ଯୁବକଙ୍କ ସହ ତାଙ୍କର ଭେଟ ହୋଇଥିଲା । ଉଭୟଙ୍କ ମଧ୍ୟରେ ୮ ବର୍ଷ ଧରି ପ୍ରେମ ସମ୍ପର୍କ ଚାଲିଥିଲା। ଯୁବକଜଣକ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ହେଲେ ପରେ ବିବାହ ପାଇଁ ରାଜି ହୋଇ ନ ଥିଲେ। ଫଳରେ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସି ଯାଇଥିଲା।

ଯୁବତୀଜଣକ କରିଥିବା ଅଭିଯୋଗରୁ ମୁକ୍ତ ହେବା ସହ ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିବାକୁ ଯୁବକଜଣକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ବିଚାରପତି କହିଛନ୍ତି, ଦୁଇଜଣ ପ୍ରାପ୍ତ ବୟସ୍କ ଏକାଠି ହୋଇ ନିଜ ଇଚ୍ଛାରେ ପରସ୍ପର ସହ ସମ୍ପର୍କ ସ୍ଥାପନ କରିଥାନ୍ତି । ମାତ୍ର ପରବର୍ତ୍ତୀ ସମୟରେ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିବା ସହ ତାହା ବିବାହରେ ପରିଣତ ହୋଇ ନ ପାରିଲେ ଏଥିପାଇଁ ଜଣଙ୍କୁ ଦୋଷୀ ଆଖ୍ୟା ଦିଆଯାଇ ପାରିବ ନାହିଁ ।

ବିଚାରପତି କହିଛନ୍ତି, ଉଭୟଙ୍କ ମଧ୍ୟରେ ପ୍ରେମ ସର୍ମ୍ପକ ଥିବା ସହ ଆପୋଷ ବୁଝାମଣା ବି ଥିଲା। ତେଣୁ ଯୁବତୀଙ୍କ ଇଚ୍ଛା ବିରୋଧରେ ଯୁବକଜଣକ ତାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥିବେ ବୋଲି ସିଦ୍ଧାନ୍ତରେ ଉପନୀତ ହେବା ଭୁଲ୍‌ ହେବ। ଏଥିନିମନ୍ତେ ଯୁବତୀଙ୍କ ସହମତି ମଧ୍ୟ ଥିବା ସ୍ପଷ୍ଟ ହେଉଛି ।

ଯୁବତୀଜଣକ କେବଳ ବିବାହ ପାଇଁ ନୁହେଁ ବରଂ ଯୁବକଙ୍କ ପ୍ରେମରେ ପଡ଼ିଥିବାରୁ ତାଙ୍କ ସହ ସମ୍ପର୍କ ରକ୍ଷା କରିଥିଲେ। ତେଣୁ ଏବେ ବିବାହ ନ ହୋଇ ପାରିବାରୁ ଏହାକୁ ବଳାତ୍କାର ମାମଲା ବୋଲି ବିବେଚନା କରାଯାଇ ପାରିବନି ବୋଲି କହିଛନ୍ତି ବିଚାରପତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/wS6ehGU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages