ମାତୃଭାଷାରେ ଦିଆଯାଇଥିଲା ପ୍ରଶ୍ନପତ୍ର । ଫଳରେ ପ୍ରଶ୍ନକୁ ଭଲ ଭାବେ ବୁଝି ପାରିବା ସହ ଭଲ ମାର୍କ ରଖିପାରିବେ ବୋଲି ଆଶା ରଖିଥିଲେ ପରିକ୍ଷାର୍ଥୀ । କିନ୍ତୁ ଏହି ପ୍ରଶ୍ନପତ୍ର ଦେଖି ନାକେଦମ ହୋଇଗଲେ ପରିକ୍ଷାର୍ଥୀ। ପ୍ରଶ୍ନର ଅର୍ଥ ଠିକ୍ ଭାବେ ପିଲାମାନେ ବୁଝି ପାରି ନ ଥିବା ବେଳେ ଠିକ୍ ଉତ୍ତର ଲେଖିବା ତ ଦୂରର କଥା। ରାଜ୍ୟ ସରକାରଙ୍କ ଖାମଖିଆଲି ମନୋଭାବ ଯୋଗୁ ସେମାନଙ୍କ ପରିଶ୍ରମ ପାଣିରେ ପଡ଼ିଲା ଭାବି ସେମାନଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ । ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ବା OSSC ପରୀକ୍ଷା ପ୍ରଶ୍ନପତ୍ରରେ ସାଂଘାତିକ ତ୍ରୁଟି ଥିବା ଅଭିଯୋଗ ହୋଇଥିବା ବେଳେ ଏହା ବିରୋଧରେ ତାତିଛନ୍ତି ଛାତ୍ରଛାତ୍ରୀ ।
ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ବା OSSC ପକ୍ଷରୁ ଆକାଉଣ୍ଟାଣ୍ଟ ପୋଷ୍ଟ ପାଇଁ ହେଉଥିବା ପରୀକ୍ଷାର ପ୍ରଶ୍ନପତ୍ର ଓଡ଼ିଆ ଭାଷାରେ ଲେଖା ଯାଇଥିଲା। ଫଳରେ ନିଜ ମାତୃଭାଷାରେ ପରୀକ୍ଷା ଦେଲେ ନିହାତି ଭାବେ ଭଲ ମାର୍କ ରହିବ ବୋଲି ଛାତ୍ରଛାତ୍ରୀ ଆଶା ରଖିଥିଲେ।
ମାତ୍ର ପରୀକ୍ଷା ହଲ୍ରେ ଯେତେବେଳେ ପ୍ରଶ୍ନପତ୍ର ଦେଖିଲେ, ସେମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା। କାରଣ ପ୍ରଶ୍ନପତ୍ର ଓଡ଼ିଆରେ ଥିଲେ ବି ସେଥିରେ ଥିବା ମୁଦ୍ରଣଜନିତ ତ୍ରୁଟି ଯୋଗୁ ତାହାକୁ ସମୟ ମଧ୍ୟରେ ବୁଝିବା କାଠିକର ପାଠ ହୋଇଗଲା। ଫଳରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ହଲ୍କୁ ଯାଇଥିବା ଛାତ୍ରଛାତ୍ରୀ ବି ନିଜ ଉତ୍ତରରେ ସନ୍ତୁଷ୍ଟ ନାହାନ୍ତି।
ପ୍ରଶ୍ନପତ୍ର ପିଲାଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ତାହା ସଠିକ ଭାବେ ଯାଞ୍ଚ ହୋଇନଥିବା ଅଭିଯୋଗ ଆଣିଛନ୍ତି ପରୀକ୍ଷାର୍ଥୀ। ତେଣୁ ପୁଣିଥରେ ପରୀକ୍ଷା କରିବାକୁ ଦାବି କରିଛନ୍ତି।
ଏନେଇ ଦିବ୍ୟରଂଜନ ପଣ୍ଡା ନାମକ ପରୀକ୍ଷାର୍ଥୀ କହିଛନ୍ତି, ଆମ ନିଜ ଭାଷା ପଢ଼ିବାକୁ ଆମକୁ ଖୁବ୍ କଷ୍ଟ ହେଲା। ପ୍ରଶ୍ନପତ୍ରରେ ବହୁତ ତ୍ରୁଟି ରହିଥିଲା। ତାହାକୁ ପଢ଼ି ବୁଝି ପାରିଲୁନି। ଠିକ୍ ସମୟରେ ସବୁ ପ୍ରଶ୍ନର ଉତ୍ତର ରଖି ପାରିଲୁନି। ପୂର୍ବରୁ ଥରେ ଏପରି ହୋଇଥିବା ବେଳେ ପୁଣି ଥରେ ଏପରି ହୋଇଛି। ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ଆମେମାନେ ଏପରି ସମସ୍ୟାର ସମ୍ମୁଖୀନ ହେଉଛୁ।
ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଦିଲ୍ଲୀପ ମଲ୍ଲିକ କହିଛନ୍ତି, ଓଡ଼ିଶାରେ ଓଡ଼ିଆ ପ୍ରଶ୍ନପତ୍ର ନିର୍ଭୁଲ ହୋଇ ପାରୁନି। ଫଳରେ ଆଜି କୋଟି କୋଟି ଟଙ୍କା ଖର୍ଚ୍ଚ କରି ହୋଇଥିବା ପରୀକ୍ଷା ପାଣିରେ ପଡ଼ିଲା ପିଲାଙ୍କ ଶ୍ରମ, ସମୟ ଅପଚୟ ହେଲା। ରାଜ୍ୟ ସରକାର ଅଣ ଓଡ଼ିଆ ପ୍ରେମ ଛାଡ଼ନ୍ତୁ। ଭାଷାକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରନ୍ତୁ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/buen0Kk
No comments:
Post a Comment