କେନ୍ଦ୍ର ଆଣିଲା ଅଧ୍ୟାଦେଶ: ଟ୍ରାନ୍ସଫର, ପୋଷ୍ଟିଂ ପାଇଁ କେଜ୍ରିୱାଲ ନୁହଁ, ଦିଲ୍ଲୀ ଉପରାଜ୍ୟପାଳ ହିଁ ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 19, 2023

କେନ୍ଦ୍ର ଆଣିଲା ଅଧ୍ୟାଦେଶ: ଟ୍ରାନ୍ସଫର, ପୋଷ୍ଟିଂ ପାଇଁ କେଜ୍ରିୱାଲ ନୁହଁ, ଦିଲ୍ଲୀ ଉପରାଜ୍ୟପାଳ ହିଁ ବସ୍‌

ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବମାନନା କରି ପୁଣି ଥରେ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ତାଙ୍କ କ୍ଷମତା ଫେରାଇ ଦେଇଛନ୍ତି କେନ୍ଦ୍ର ସରକାର। କିଛି ଦିନ ପୂର୍ବେ କେନ୍ଦ୍ର ଓ ଦିଲ୍ଲୀ ସରକାର ମଧ୍ୟରେ ହୋଇଥିବା କ୍ଷମତା ଲଢ଼େଇରେ ଜିତି ଯାଇଥିଲେ କେଜ୍ରିୱାଲ। ହେଲେ ଏହାକୁ ସହଜେ ଗ୍ରହଣ କରି ପାରି ନ ଥିବା କେନ୍ଦ୍ର ସରକାର ପୁଣି ଥରେ ନିଜ ବଡ଼ ଭାଇ ପଣିଆ ଜାହିର କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

ଦିଲ୍ଲୀର ପ୍ରଶାସନିକ କ୍ଷମତା ନିର୍ବାଚିତ ସରକାରଙ୍କ ହାତରେ ରହିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିବା ବେଳେ ଅଧିକାରୀଙ୍କ ଟ୍ରାନ୍ସଫର ଓ ପୋଷ୍ଟିଂରେ ଉପରାଜ୍ୟପାଳ ହସ୍ତକ୍ଷେପ କରି ପାରିବେନି ବୋଲି ରାୟ ପ୍ରକାଶ କରିଥିଲେ। ମାତ୍ର ଏହା ଉପରେ ଅଧ୍ୟାଦେଶ ଆଣି ଉପରାଜ୍ୟପାଳଙ୍କୁ ତାଙ୍କ କ୍ଷମତା ଫେରାଇଛନ୍ତି କେନ୍ଦ୍ର ସରକାର।

ଅଧିକାରୀଙ୍କ ଟ୍ରାନ୍ସଫର ଓ ପୋଷ୍ଟିଂ ପାଇଁ କେନ୍ଦ୍ର ସରକାର ନ୍ୟାଶନାଲ କ୍ୟାପିଟାଲ ସିଭିଲ ସର୍ଭିସ ଅଥରିଟି ନାମକ ଏକ ଅଥରିଟି ଗଠନ କରିଛନ୍ତି। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ , ଦିଲ୍ଲୀର ଚିଫ ସେକ୍ରେଟାରୀ ଓ ଗୃହ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀଙ୍କୁ ସଦସ୍ୟ ରଖାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହି ଅଥରିଟିର ଅଧ୍ୟକ୍ଷ ରହିବେ ।

ଅଧିକାରୀଙ୍କ ଟ୍ରାନ୍ସଫର ତଥା ବଦଳିକୁ ନେଇ କୌଣସି ବିବାଦ ଦେଖାଦେଲେ ଏହି ଅଥରିଟି ସଦସ୍ୟଙ୍କ ମଧ୍ୟରେ ଭୋଟ ଗ୍ରହଣ କରାଯିବ । ଏଥିରେ ବି ବିବାଦର ସମାଧାନ ନ ହେଲେ ଶେଷ ନିଷ୍ପତ୍ତି ଉପରାଜ୍ୟପାଳ ନେବେ ବୋଲି ଏହି ଅଧ୍ୟାଦେଶରେ ଉଲ୍ଲେଖ ଅଛି। ଅଧିକାରୀଙ୍କ ଟ୍ରାନ୍ସଫର ତଥା ବଦଳି ତଥା ଭିଜିଲାନ୍ସ ଚଢ଼ାଉ ସମ୍ପର୍କରେ ବି ଏହି ଅଥରିଟି ନିଷ୍ପତ୍ତି ନେବ ବୋଲି ଉଲ୍ଲେଖ ଅଛି ।

ଏହି କମିଟିରେ ଦିଲ୍ଲୀର ଚିଫ ସେକ୍ରେଟାରୀ ଓ ଗୃହ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ବହୁମତ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଅଳ୍ପମତ ହେବେ । ଫଳରେ ଅଧିକାରୀଙ୍କ ଟ୍ରାନ୍ସଫର ଓ ପୋଷ୍ଟିଂରେ କେନ୍ଦ୍ର ସରକାରଙ୍କ ରାଜୁତି ଚାଲିବ ବୋଲି ଜଳଜଳ ଦିଶୁଛି ।

ସୁପ୍ରିମକୋର୍ଟ ନିଜ ରାୟରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ଉପରାଜ୍ୟପାଳ କାମ କରିବେ ବୋଲି କହିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ହିଁ ମୁଖ୍ୟ ପାୱାର ସେଣ୍ଟର ବୋଲି ଅଭିହିତ କରିଥିଲେ । ମାତ୍ର କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶରେ ଏହି ନିୟମକୁ ପୂରା ଓଲଟପାଲଟ କରାଯାଇଛି। ଅର୍ଥାତ କେନ୍ଦ୍ର ସରକାର କେଜ୍ରିୱାଲଙ୍କ କ୍ଷମତାକୁ କାଟି ଉପରାଜ୍ୟପାଳଙ୍କୁ ପାୱାରଫୁଲ କରିବାକୁ ଚେଷ୍ଟା ଚଳାଇଥିବା ସ୍ପଷ୍ଟ ପ୍ରତୀୟମାନ ହେଉଛି।

ଏହା ସୁପ୍ରିମକୋର୍ଟଙ୍କ ଆଦେଶର ଅବମାନନା ବୋଲି ଦିଲ୍ଲୀ ସରକାରଙ୍କ ପକ୍ଷରୁ କୁହାଯାଇଛି। କେଜ୍ରିୱାଲଙ୍କ ସରକାର ଦ୍ୱାରା ଭୟଭୀତ ହୋଇଥିବା କେନ୍ଦ୍ର ସରକାର ତାଙ୍କ କ୍ଷମତା କମ୍‌ କରିବାକୁ ଏପରି ହୀନ ରାଜନୀତି କରିଥିବା ଦିଲ୍ଲୀ ସରକାର ପକ୍ଷରୁ କୁହାଯାଇଛି।

ଦିଲ୍ଲୀବାସୀ କେଜ୍ରିୱାଲଙ୍କୁ ଭୋଟ ଦେଇ ଜିତାଇଛନ୍ତି। ଏହାସତ୍ତ୍ୱେ କେନ୍ଦ୍ର ସରକାର ଦିଲ୍ଲୀବାସୀଙ୍କ ଉପରେ ନିଜ ହାକିମାତି ଦେଖାଇବାକୁ ଏହି ଅଧ୍ୟାଦେଶ ଆଣିଥିବା ଦିଲ୍ଲୀର ଶିକ୍ଷା ମନ୍ତ୍ରୀ କହିଛନ୍ତି।

ପ୍ରତିଶୋଧର ନିଆଁରେ ଜଳୁଥିବା କେନ୍ଦ୍ର ସରକାର ଏପରି ପଦକକ୍ଷେପ ନେଇଥିବା ବେଳେ ଏହା ସୁପ୍ରିମକୋର୍ଟଙ୍କ ଉଲ୍ଲଘଂନ ବୋଲି କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସିଂଘବୀ କହିଛନ୍ତି। ଏହାକୁ ଚ୍ୟାଲେଞ୍ଜ କରାଯିବ ଓ ସଂସଦରେ ପାସ୍‌ ହେବାକୁ ଦିଆଯିବନି ବୋଲି ସେ ଚେତାବନୀ ଦେଇଛନ୍ତି।

କେଜ୍ରିୱାଲଙ୍କୁ ପୂର୍ବରୁ ଏହାର ଆଭାସ ଲାଗି ସାରିଥିବା ବେଳେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିବାକୁ ଯୋଜନା କରୁଥିବା ସେ କହିଥିଲେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/GOX93iF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages