କେନ୍ଦ୍ର ସହ କ୍ଷମତା ଯୁଦ୍ଧ: ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ବଡ଼ ବିଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 11, 2023

କେନ୍ଦ୍ର ସହ କ୍ଷମତା ଯୁଦ୍ଧ: ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ବଡ଼ ବିଜୟ

କେନ୍ଦ୍ର ଓ ଦିଲ୍ଲୀ ସରକାର ମଧ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧରେ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। କ୍ଷମତା ଯୁଦ୍ଧରେ ଦିଲ୍ଲୀ ସରକାରଙ୍କର ହୋଇଛି ବଡ଼ ବିଜୟ। କେନ୍ଦ୍ର ସରକାର କେବେ ହେଲେ ରାଜ୍ୟର ଶାସନ ଅଧିକାର ହଡ଼ପ କରିପାରିବେ ନାହିଁ। ପ୍ରକୃତ କ୍ଷମତା ନିର୍ବାଚିତ ସରକାରଙ୍କ ପାଖରେ ରହିବ। ଗଣତାନ୍ତ୍ରିକ ଉପାୟରେ ଗଠନ ହୋଇଥିବା ସରକାର ପାଖରେ ପ୍ରକୃତ ପ୍ରଶାସନିକ କ୍ଷମତା ରହିବ। କେନ୍ଦ୍ର କେବଳ ଜମି, ଆଇନ ଶୃଙ୍ଖଳା ଓ ପୁଲିସ୍‌ ଉପରେ ନିଜର ନିୟନ୍ତ୍ରଣ ରଖିପାରିବେ ବୋଲି ଆଜି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ସର୍ବସମ୍ମତିକ୍ରମେ ଦିଲ୍ଲୀର ପ୍ରଶାସନିକ କ୍ଷମତା ନିର୍ବାଚିତ ସରକାରଙ୍କ ହାତରେ ରହିବ ବୋଲି କହିଛନ୍ତି। ଖଣ୍ଡପୀଠ କହିଛନ୍ତି, ସମସ୍ତ ପ୍ରକାରର ସେବା ଉପରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିବ ଓ ଏହାର ନିଷ୍ପତ୍ତିକୁ ଉପ ରାଜ୍ୟପାଳ ମାନିବାକୁ ବାଧ୍ୟ।

ଦିଲ୍ଲୀ ବିଧାନସଭା ବିଧାୟକମାନଙ୍କୁ ଲୋକଙ୍କ ଇଚ୍ଛା ଉପସ୍ଥାପନ କରିବାକୁ ଅଧିକାର ଦେଇଛି। ଯଦି ଅଫିସରମାନେ ମନ୍ତ୍ରୀଙ୍କୁ ରିପୋର୍ଟ କରିବେ ନାହିଁ କିମ୍ବା ତାଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବେ ନାହିଁ, ତା’ହେଲେ ସାମୁହିକ ଦାୟିତ୍ୱ ପ୍ରଭାବିତ ହେବ। କେନ୍ଦ୍ରକୁ ଦିଲ୍ଲୀରେ ପ୍ରତିନିଧିତ୍ୱ କରୁଥିବା ଉପ ରାଜ୍ୟପାଳ ସେବା କ୍ଷେତ୍ରରେ ନିର୍ବାଚିତ ସରକାର ଓ ମନ୍ତ୍ରିମଣ୍ଡଳର ପରାମର୍ଶ ମାନିବାକୁ ବାଧ୍ୟ।

ରାଷ୍ଟ୍ରପତି ନ୍ୟସ୍ତ କରିଥିବା ପ୍ରଶାସନିକ କ୍ଷମତାରେ ଉପ ରାଜ୍ୟପାଳକଙ୍କ ଭୂମିକା ଅଛି ସତ। କିନ୍ତୁ ପ୍ରଶାସନ ସଂପୂର୍ଣ୍ଣ ଭାବେ ଦିଲ୍ଲୀ ସରକାରଙ୍କ ଉପରେ ବୋଲି ଏହାକୁ ଭାବିବା ଉଚିତ ନୁହେଁ। ଯଦି ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରଙ୍କ ପାଖରେ ଅଫିସରଙ୍କୁ ନିୟନ୍ତ୍ରଣ କରିବାର କ୍ଷମତା ନ ରହିବ ଓ ସେମାନଙ୍କୁ ଉତ୍ତରଦାୟିତ୍ୱ କରା ନଯିବ, ତା’ହେଲେ ଲୋକଙ୍କମାନଙ୍କ ସ୍ୱାର୍ଥ ପ୍ରଭାବିତ ହେବ। ଯଦି ଜଣେ ଅଫିସର ସରକାରଙ୍କୁ ଜବାବ ନ ଦେବେ, ତା’ହେଲେ ସାମୁହିକ ଦାୟିତ୍ୱ ପ୍ରଭାବିତ ହେବ।”

ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଦେଇ କହିଛନ୍ତି, ପ୍ରଶାସନିକ ଅଧିକାରୀଙ୍କ ଉପରେ ନିର୍ବାଚିତ ସରକାରଙ୍କ ନିୟନ୍ତ୍ରଣ ରହିବ। ଯଦି ପ୍ରଶାସନିକ ସେବାକୁ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକାରୁ ବାଦ ଦିଆଯାଏ, ତା’ହେଲେ ମନ୍ତ୍ରୀମାନେ ଅଫିସରମାନଙ୍କୁ ନିୟନ୍ତ୍ରଣ କରିବା ଦାୟିତ୍ୱରେ ବାଦ ପଡ଼ିବେ। କାରଣ କାର୍ଯ୍ୟପାଳିକାର ନିର୍ଦ୍ଦେଶକୁ ଅଫିସରମାନେ ହିଁ ଲାଗୁ କରିବେ। ପ୍ରଶାସନିକ କ୍ଷମତା କେବେ ହେଲେ ଆଇନ ଶୃଙ୍ଖଳା, ଜମି ଓ ପୁଲିସ୍‌ ଉପରେ ଲାଗୁ ହେବନି। ଏହାର ଅର୍ଥ ଆଇନ ଶୃଙ୍ଖଳା ଓ ଜମି ଉପରେ କେନ୍ଦ୍ରର ଅଧିକାର ରହିବ।

ସୁପ୍ରିମକୋର୍ଟ ଆହୁରି କହିଛନ୍ତି, କେନ୍ଦ୍ର ସମସ୍ତ ପ୍ରକାରର ବ୍ୟବସ୍ଥାପିକା କ୍ଷମତାକୁ ନିଜ ହାତକୁ ନେଲେ ସଂଘୀୟ ବ୍ୟବସ୍ଥା ପ୍ରଭାବିତ ହେବ। ସଂଘୀୟ ବ୍ୟବସ୍ଥାକୁ ସମ୍ମାନ କରାଯିବା ଦରକାର। କେନ୍ଦ୍ର ସବୁ ବିଧେୟକ ଓ ନିଯୁକ୍ତି ଶକ୍ତି ନିଜ ହାତକୁ ନେଇ ପାରିବ ନାହିଁ। ଯଦି ନିର୍ବାଚିତ ସରକାର ପ୍ରଶାସନିକ କ୍ଷମତାର ଅଧିକାର ନ ରଖିବେ, ତା’ହେଲେ ସେ କେମିତି ଲୋକଙ୍କ ପାଇଁ ସାମୁହିକ ଦାୟିତ୍ୱର ଭୂମିକା ନିର୍ବାହ କରିବେ? ଅଧିକାରୀମାନଙ୍କ ବଦଳି ଓ ନିଯୁକ୍ତି ଉପରେ ଦିଲ୍ଲୀ ସରକାରଙ୍କ ଅଧିକାର ରହିଛି। ନିର୍ବାଚିତ ସରକାରଙ୍କ ହାତରେ ପ୍ରଶାସନିକ କ୍ଷମତା ରହିବ ବୋଲି କୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟଙ୍କ ଏପରି ରାୟକୁ ଆପ୍‌ ଐତିହାସିକ କହିଛି। ଆପ୍‌ ନେତ୍ରୀ ତଥା ଦିଲ୍ଲୀ ମନ୍ତ୍ରୀ ଆତିଶୀ ଟ୍ୱିଟ କରି କହିଛନ୍ତି ଯେ “ସତ୍ୟ ମେବ ଜୟତେ। ଦୀର୍ଘ ବର୍ଷର ଲଢ଼େଇ ପରେ ସୁପ୍ରିମକୋର୍ଟ ଅରବିନ୍ଦ କେଜ୍ରିୱାଲ ସରକାରଙ୍କୁ ନିଜର ହକ ଦେଇଛନ୍ତି। ଏବେ ଦିଲ୍ଲୀବାସୀଙ୍କ କାମରେ କେହି ବାଧା ସୃଷ୍ଟି କରିପାରିବେ ନାହିଁ। ଏହି ଐତିହାସିକ ନିଷ୍ପତ୍ତି ଦିଲ୍ଲୀବାସୀଙ୍କ ବିଜୟ। ଏବେ ଦିଲ୍ଲୀ ଦୁଇ ଗୁଣା ବେଗରେ ବିକାଶ କରିବ। ସମସ୍ତଙ୍କୁ ଶୁଭେଚ୍ଛା।”



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/wpGMeXQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages