କ୍ରିସ ଗେଲଙ୍କ ରେକର୍ଡର ସମକକ୍ଷ ହେଲେ ବିରାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 19, 2023

କ୍ରିସ ଗେଲଙ୍କ ରେକର୍ଡର ସମକକ୍ଷ ହେଲେ ବିରାଟ

ଚଳିତ ଆଇପିଏଲରେ ବିରାଟ କୋହଲିଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ପ୍ରଥମ ଶତକ। ବୁଧବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ବିରାଟ ଶତକୀୟ ଇନିଂସ ଖେଳିସଛନ୍ତି। ସେ ୬୩ ବଲରେ ୧୦୦ ରନ କରି କ୍ରେସ ଗେଲ୍‌ଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ତାଙ୍କ ଇନିଂସ ଯୋଗୁ ଆରିସିବି ୮ ୱିକେଟରେ ହାଇଦ୍ରାବାଦକୁ ହରାଇ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ପହଞ୍ଚି ଯାଇଛି।

ଏହି ଶତକୀୟ ଇନିଂସ ପରେ ବିରାଟ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହା ଆଇପିଏଲରେ ବିରାଟଙ୍କ ୬ଷ୍ଠ ଶତକ। ଆଇପିଏଲରେ ସର୍ବାଧିକ ଶତକ ହାସଲକାରୀ କ୍ରିକଟେର କ୍ରିସ ଗେଲଙ୍କ ରେକର୍ଡ ସହ ବିରାଟ ସମାନ ହୋଇଛନ୍ତି।

ଉଭୟ ବିରାଟ ଓ ଗେଲ ୬ଟି ଲେଖାଏ ଶତକ ହାସଲ କରିଛନ୍ତ। ସେହିପରି ଟି-୨୦ କ୍ରିକେଟରେ ବିରାଟଙ୍କ ଏହା ୭ମ ଶତକ। ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ଏହା ସର୍ବାଧିକ। ବିରାଟଙ୍କ ପଛରକୁ ୬ଟି ଲେଖାଏ ଶତକ ସହ କେଏଲ ରାହୁଲ ଓ ରୋହିତ ଶର୍ମା ରହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୦୧୯ ପରେ ଆଇପିଏଲରେ ବିରାଟଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିଛି।

ତେବେ ଗତକାଲିର ରେକର୍ଡ ଶତକ ପରେ ବଡ଼ କଥା କହିଛନ୍ତି ବିରାଟ କୋହଲି। ବାହାରେ ବସି ତାଙ୍କ ବିଷୟରେ କିଏ କ’ଣ ସବୁ କହୁଛନ୍ତି, ସେସବୁକୁ ସେ ଖାତିର କରନ୍ତି ନାହିଁ ବୋଲି କହିଛନ୍ତି।

ମ୍ୟାଚ୍‌ ପରେ ବିରାଟ କହିଛନ୍ତି, “ମୁଁ କେବେ ହେଲେ ଅତୀତର ନମ୍ବରକୁ ଦେଖେନାହିଁ। ମୁଁ ନିଜକୁ ଅନେକ ଚାପରେ ଏବେ ରଖି ସାରିଛି। ଏଇଟା ମୋ ଆଇପିଏଲ କ୍ୟାରିୟରର ୬ଷ୍ଠ ଶତକ। ମୁଁ ନିଜକୁ ଶ୍ରେୟ ଦେବାକୁ ଭୁଲି ଯାଏ। କାରଣ ମୁଁ ନିଜକୁ ନିଜେ ଅନେକ ଚାପରେ ରଖି ସାରିଛି।

ବାହାରେ କିଏ କ’ଣ କହୁଛନ୍ତି, ସେସବୁକୁ ମୁଁ ଖାତିର କରେ ନାହିଁ। ଏହା ସେମାନଙ୍କର ମତ। ଆପଣ ଯେତେବେଳେ ନିଜକୁ ଏମିତି ଏକ ସ୍ଥାନରେ ରଖନ୍ତି, ସେଠାରେ ମ୍ୟାଚ୍‌ କେମିତି ଜିତିବାକୁ ହେବ ସେକଥା ଚିନ୍ତା କରିବାକୁ ପଡ଼ିଥାଏ। ଏକଥା ମୁଁ ଅନେକ ଦିନରୁ କରି ଆସୁଛି। ସ୍ଥିତି ଅନୁସାରେ ଖେଳି ପାରିଲେ ମୁଁ ଗର୍ବ ଅନୁଭବ କରେ।”



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/VHC2T8i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages