ଆଉ ନାହାନ୍ତି RRR ଫିଲ୍ମର ମୁଖ୍ୟ ଖଳନାୟକ ରେ ଷ୍ଟିଭେନସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 22, 2023

ଆଉ ନାହାନ୍ତି RRR ଫିଲ୍ମର ମୁଖ୍ୟ ଖଳନାୟକ ରେ ଷ୍ଟିଭେନସନ

ବ୍ଲକବଷ୍ଟର ଫିଲ୍ମ RRRର ମୁଖ୍ୟ ଖଳନାୟକ ଚରିତ୍ରରେ ଅଭିନୟ କରିଥିବା ଖ୍ୟାତାନାମ ଇରିସ ଅଭିନେତା ରେ ଷ୍ଟିଭେନସନ ଆଉ ନାହାନ୍ତି। ମାତ୍ର ୫୮ ବର୍ଷରେ ଇଟାଲିରେ ତାଙ୍କର ପରଲୋକ ଘଟିଛି। ତେବେ ଏହାର କାରଣ ଜଣାପଡ଼ିନି।

RRR ଟିମ୍‌ ପକ୍ଷରୁ ଟ୍ୱିଟ କରାଯାଇ ରେ ଷ୍ଟିଭେନସନଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦିଆଯାଇଛି। ଏହା ଆମ ସମସ୍ତଙ୍କ ପାଇଁ ଶକ୍ତ ଝଟକା ହୋଇଥିବା ବେଳେ ଷ୍ଟିଭେନସନ ସବୁବେଳେ ଆମ ହୃଦୟରେ ରହିବେ ବୋଲି କୁହାଯାଇଛି।

ଏସଏସ ରାଜମୌଲିଙ୍କ ବ୍ଲକବଷ୍ଟର ଫିଲ୍ମ RRRର ମୁଖ୍ୟ ଖଳନାୟକ ଅଭିନୟ କରିଥିବା ଷ୍ଟିଭେନସନ ନିଜ ଦମଦାର ଅଭିନୟର ଛାପ ଛାଡ଼ି ଯାଇଛନ୍ତି। ଏହି ଫିଲ୍ମରେ ସେ ଜୁନିୟର ଏନଟିଆର, ରାମଚରଣ, ଆଲିଆ ଭଟ୍ଟ ଓ ଅଜୟ ଦେବଗନଙ୍କ ସହ ସ୍କ୍ରିନ୍‌ ଶେଆର କରିଛନ୍ତି।

୧୯୬୪ ମେ’ ୨୫ରେ ଲିସବନରେ ଜନ୍ମିତ ଷ୍ଟିଭେନସନ ୮ ବର୍ଷ ବୟସରେ ବ୍ରିଷ୍ଟଲର ଓଲ୍ଡ ଭିକ୍‌ ଥିଏଟର ସ୍କୁଲରେ ଶିକ୍ଷା ଗ୍ରହଣ କରିଥିଲେ। ୯୦ ଦଶକ ଆରମ୍ଭରେ ସେ ସିନେମା ଓ ଟିଭି ଶୋ’ରେ ପାଦ ଦେଇଥିଲେ।

୧୯୯୮ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ଦ ଥିଓରୀ ଅଫ ଫ୍ଲାଇଟ’ ତାଙ୍କୁ ହଲିଉଡରେ ନୂତନ ପରିଚୟ ଦେଇଥିଲା। ତେବେ ଚଳଚ୍ଚିତ୍ର ‘ପୁନିସର’ ରେ ନିଜ ଅଭିନୟର ସ୍ୱତନ୍ତ୍ର ଛାପ ଛାଡ଼ିବାରେ ସେ ସକ୍ଷମ ହୋଇଥିଲେ। ଏହାପରେ ଆଉ ସେ ପଛକୁ ଫେରି ଚାହିଁ ନାହାନ୍ତି।

ଗୋଟିଏ ପରେ ଗୋଟିଏ ଫିଲ୍ମରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କ ତାଳି ଓ ଭଲ ପାଇବା ସାଉଣ୍ଟିଥିଲା। ସେ ‘ୱାର ଜୋନ’, ‘ଭୋଲ୍ସ ଟ୍ୟାଗ’, RRR, କିଲ୍‌ ଦ ଇରିସମ୍ୟାନ୍‌, ଗିବ୍‌ ଗ୍ୟାମ୍‌, କୋଲ୍ଡ ସ୍କିନ୍‌, ଦ ବୁକ୍‌ ଅଫ ଇଲଇ ଦ ଥ୍ରୀ ମୁସ୍କେଟର୍ସ, ମେମୋରୀ ଆଦି ମୋଟ ୫୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ନିଜ ଅଭିନୟର ଛାପ ଛାଡ଼ି ଯାଇଛନ୍ତି।

ତେବେ RRR ଫିଲ୍ମ ପରେ ଷ୍ଟିଭେନସନଙ୍କ ଶେଷ ହଲିଉଡ ଫିଲ୍ମ ‘ଆକ୍ସିଡେଣ୍ଟ ମ୍ୟାନ: ହିଟମ୍ୟାନ୍‌ ହଲିଡେ’ ଥିଲା । ତାଙ୍କୁ HBO ଓ ବିବିସି ରୋମ୍‌ର ସମସ୍ତ ୨୨ ଏପିସୋଡ଼ରେ ଦେଖିବାକୁ ମିଳିଥିଲା।

ଷ୍ଟିଭେନସନଙ୍କ ଏପରି ଅକାଳ ବିୟୋଗକୁ ତାଙ୍କ ଫ୍ୟାନ୍ସ ସହଜେ ଗ୍ରହଣ କରି ପାରୁ ନ ଥିବା ବେଳେ ତାଙ୍କ ଶୋକ ସନ୍ତପ୍ତ ପରିବାର ନିକଟକୁ ସମବେଦନାର ସୁଅ ଛୁଟୁଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/kCxBme1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages