୫ ଜୁନ, ସୋମବାର: ବ୍ୟବସାୟରେ ଲାଭବାନ ହେବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 4, 2023

୫ ଜୁନ, ସୋମବାର: ବ୍ୟବସାୟରେ ଲାଭବାନ ହେବେ

ମେଷ: ମାନ-ସମ୍ମାନ ପ୍ରତିଷ୍ଠା ମିଳିବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ଋଣ ପରିଶୋଧ କରିବାକୁ ସକ୍ଷମ ହେବେ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ଠାରୁ ସାହାଯ୍ୟ ଓ ସହଯୋଗ ପାଇବେ। ବ୍ୟବସାୟରେ ଲାଭବାନ ହେବେ । ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ଓ ସାକ୍ଷାତକାରରେ ବିଜୟୀ ହେବେ ।

ବୃଷ: ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ। ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ରାଜନୀତି କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ପ୍ରଶଂସିତ ହେବେ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଶୁଭପ୍ରଦ ହେବ

ମିଥୁନ: ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ପାଇବେ । ମାଲି ମକଦ୍ଦମାରେ ବିଜୟୀ ହେବେ । ଶାରୀରିକ, ମାନସିକ ଓ ପାରିବାରିକ ଅଭିବୃଦ୍ଧି ଘଟିବ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ମଧ୍ୟମ ରହିବ। ଭଲଭାବରେ ଚିନ୍ତା କରି କାମରେ ଆଗେଇ ଚାଲନ୍ତୁ । କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ।

କର୍କଟ: ପାରିବାରିକ ସମସ୍ୟା ସୁଧାରି ନେବା ଫଳରେ ସୁଖ ସମ୍ପଦ ପ୍ରାପ୍ତି ହେବ। ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରିପାରନ୍ତି । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନ ଅସନ୍ତୁଷ୍ଟ ରହିବ।

ସିଂହ: ସାହିତ୍ୟ, କଳା ଓ କ୍ରିଡା କ୍ଷେତ୍ରରେ ପ୍ରଶଂସା ମିଳିବା ସହ ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ । ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ୱପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ । ଗୁରୁଜନଙ୍କ ପ୍ରେରଣା ଓ ଆର୍ଥିକ ସହାୟତାରେ ଉତ୍ସାହ ବୃଦ୍ଧି ପାଇବ ।

କନ୍ୟା: ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରିପାରନ୍ତି । ବାହନରେ କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍ ।

ତୁଳା: ସହକର୍ମୀମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ । ରାଜନୀତିରେ ଲୋକପ୍ରିୟତା ହାସଲ କରି ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ । ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ ଓ ଦୂରଯାତ୍ରା କରି ମନ ଖୁସି ରହିବ ।

ବିଚ୍ଛା: ଶାରିରୀକ ସୁସ୍ଥତା ଦେଖା ଦେବା ସହ ମାନସିକ ଶାନ୍ତି ମିଳିବ । ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବା ସହ କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବେ।

ଧନୁ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇ ମନ ଭଲ ରହିବ ଓ ଶତୃମାନେ ଦୂର ହେବେ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟୀମାନେ କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବେ ।

ମକର: ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଘଟିବା ସହ ଶତ୍ରୃ ବାଧା ଦୂରେଇ ଯିବ । କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ। ବ୍ୟବସାୟରେ ଉନ୍ନତି ହେବା ଫଳରେ ଖୁସି ରହିବେ।

କୁମ୍ଭ: ଶାରୀରିକ ପୀଡ଼ା, ମାନସିକ ଦୁଶ୍ଚିନ୍ତା, କର୍ମକ୍ଷେତ୍ରରେ ଅସ୍ଥିରତା ଦେଖାଦେଇପାରେ। ନିଜର ଲୋକ ବିରୁଦ୍ଧାଚରଣ କରିପାରନ୍ତି, ଭାଇ- ଭାଇ ମଧ୍ୟରେ ବିବାଦ ଦେଖାଦେଇପାରେ । ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ। ବିଦ୍ୟାର୍ଥିମାନେ ପଢାପଢିରେ କୃତକାର୍ଯ୍ୟ ହେବେ।

ମୀନ: ଜନ ସମାଜରେ ପ୍ରତିଷ୍ଠା, ପ୍ରତିପତ୍ତି ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଶୁଭପ୍ରଦ ହେବ। ଆୟ ବୃଦ୍ଧି ଘଟିବ । ଶତ୍ରୁମାନେ ପରାଜିତ ହେବେ । ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ ହେବେ



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/t4dfgMZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages