କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ବ୍ରହ୍ମମେହୀଙ୍କ ପୀଠରେ ରଜ ମହୋତ୍ସବ ଚାଲିଥିବା ବେଳେ ଆଜି ସକାଳେ ସେଠାରେ ଗଛରେ ଲାଗିଥିବା ରଜ ଦୋଳିରୁ ଉଦ୍ଧାର ହୋଇଛି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ।
ମୃତକଙ୍କ ନାଁ ଅନୀଲ ବେହେରା (୨୨)। ତାଙ୍କ ଘର ନିକଟସ୍ଥ ସାହାଡ଼ାପଦା ଗାଁରେ। ସେ ଗତକାଲି ରାତିରେ ତାଙ୍କ ସାଙ୍ଗମାନଙ୍କ ସହିତ ରହିଥିଲେ ବୋଲି ପରିବାର ଲୋକେ କହିଥିବା ବେଳେ ଆଜି ତାଙ୍କ ଝୁଲନ୍ତା ମୃତଦେହ ମିଳିଛି।
ଅନୀଲ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ଜଣାପଡ଼ିନି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତାହା ଜଣାପଡ଼ିବ। ତେବେ ଅନୀଲଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଅନୀଲଙ୍କ ଦାଦା ସପନା ବେହେରା କହିଛନ୍ତି, ସେ ଆତ୍ମହତ୍ୟା କରିନାହିଁ। ତାକୁ ହତ୍ୟା କରାଯାଇଛି। ତା’ପାଦ ମାଟିରେ ଲାଗିଥିଲା। ତାକୁ ହତ୍ୟା କରାଯାଇ ଦୋଳିରେ ଝୁଲାଇ ଦିଆଯାଇଥିଲା। ରାତିରେ ତା’ର କିଛି ପିଲାଙ୍କ ସହିତ ଝଗଡ଼ା ହୋଇଥିଲା। ସେହିମାନେ ତାକୁ ମାରି ଦୋଳିରେ ଝୁଲାଇ ଦେଇଥିଲେ।
ବାଙ୍କୀ ଥାନା ଆଇଆଇସି ସୌମେନ୍ଦ୍ର ଶେଖର ତ୍ରିପାଠୀ କହିଛନ୍ତି, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଘଟଣାର ସବୁ ଦିଗକୁ ନେଇ ତଦନ୍ତ କରାଯିବ। ଯେଉଁ ଝଗଡ଼ା କଥା କୁହାଯାଉଛି, ସେ ନେଇ ମଧ୍ୟ ତଦନ୍ତ କରାଯିବ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/gzoY6kS
No comments:
Post a Comment