ବବହ ଭଜର ଫରଥଲ ଦରଘଟଣର ଗଟଏ ପରବରର ମତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 13, 2023

ବବହ ଭଜର ଫରଥଲ ଦରଘଟଣର ଗଟଏ ପରବରର ମତ

ପହିଲି ରଜରେ ଦୁଃଖଦ ଖବର ଆସିଛି। ବଲାଙ୍ଗିର ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥର ଛୁଇଁବନ୍ଧ ଛକ ନିକଟରେ ଗତକାଲି ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକକୁ କାର ଧକ୍କା ଦେବାଫଳରେ ୫ଜଣଙ୍କର ମୃତ୍ୟୁ ଘଟିଛି। 

ମୃତକଙ୍କ ମଧ୍ୟରେ ଦୁଇଜଣ ଶିଶୁ ଅଛନ୍ତି। ମୃତକମାନଙ୍କ ଘର ବଲାଙ୍ଗିର ସହର ରାମଜିପଡାର ବୋଲି ସୂଚନା ମିଳିଛି। ମୃତାହତମାନେ ରାମଜି ପଡାର ଜଣାଶୁଣା ଡାକ୍ତର ଜୟନ୍ତ ନାୟକଙ୍କ ପରିବାର ବୋଲି ଜଣାପଡ଼ିଛି। ଆହତ ୨ ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

 ଗତକାଲି ରାତିରେ ଜୟନ୍ତ ନାୟକଙ୍କ ପୁଅ ଅମର ନାୟକ  ପରିବାରର ୬ଜଣଙ୍କୁ ନେଇ ଆଗଲପୁର ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ।  ବିବାହ ଭୋଜି ଖାଇ ଘରକୁ ଫେରୁଥିଲେ। ଏହି ସମୟରେ ଛୁଇଁବନ୍ଧ ଛକ ନିକଟରେ ରାସ୍ତାକଡ଼ରେ ଏକ ଟ୍ରକ୍ ଠିଆ ହୋଇଥିଲା। କାର୍‌ଟି ଭାରସାମ୍ୟ ହରାଇ ଟ୍ରକ୍‌ର ପଛକୁ ଧକ୍କା ଦେଇଥିଲା।  ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ  ଡାକ୍ତରଖାନାରେ ୩ଜଣଙ୍କର ମୃତ୍ୟୁ ଘଟିଥିଲା। ଆହତ ୨ଜଣଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। 

କାର୍‌ରେ  ୭ଜଣ ଥିଲେ। ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଓ ହେଲପରଙ୍କର କିଛି ହୋଇନାହିଁ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। 

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/djVltWO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages