ଓଡ଼ିଶାରେ ଆଉ ଏକ ଟ୍ରେନ ଦୁର୍ଘଟଣାଗ୍ରସ୍ତ: ଲାଇନଚ୍ୟୁତ ହେଲା ମାଲବାହୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 5, 2023

ଓଡ଼ିଶାରେ ଆଉ ଏକ ଟ୍ରେନ ଦୁର୍ଘଟଣାଗ୍ରସ୍ତ: ଲାଇନଚ୍ୟୁତ ହେଲା ମାଲବାହୀ

ଗତ ଶୁକ୍ରବାର ବାଲେଶ୍ୱର ଜିଲ୍ଲାର ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିବା ବେଳେ ଆଜି ସକାଳେ ବରଗଡ଼ ଜିଲ୍ଲାର ମେଣ୍ଢାପାଲି ନିକଟରେ ଏକ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଛି। ଫଳରେ ୫ଟି ଡବା ଓଲଟି ପଡ଼ିଛି। ତେବେ ଏଥିରେ କେହି ହତାହତ ହୋଇନାହାନ୍ତି।

ଏହି ମାଲବାହୀ ଟ୍ରେନଟି ବରଗଡ଼ ଜିଲା ଡଙ୍ଗୁରିରୁ ଚୁନପଥର ନେଇ ଏସିସି ସିମେଣ୍ଟ କାରଖାନାକୁ ଯାଉଥିଲା।

ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି ଯେ ଏହି ଦୁର୍ଘଟଣା ସହିତ ଭାରତୀୟ ରେଳର କୌଣସି ସଂପର୍କ ନାହିଁ। ଉକ୍ତ ମାଲବାହୀ ଟ୍ରେନଟି ଏକ ଘରୋଇ ସିମେଣ୍ଟ କମ୍ପାନୀର। ଆଉ ଏହାକୁ ଚଲାଇବା ପାଇଁ ଯାହା କିଛି ଭିତ୍ତିଭୂମିର ଆବଶ୍ୟକତା ରହିଛି, ତାହା ଉକ୍ତ କମ୍ପାନୀ କରିଛି। ସେହି କମ୍ପାନୀ ଉକ୍ତ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ମଧ୍ୟ କରେ।

ଅନ୍ୟପକ୍ଷରେ ଗତ ଶୁକ୍ରବାର ବାଲେଶ୍ୱରର ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୩୦୦ରୁ ଅଧିକ ଲୋକ ଏବେ ବି ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେହିପରି ମୃତକଙ୍କ ମଧ୍ୟରୁ ଅନେକଙ୍କୁ ଏଯାବତ ଚିହ୍ନଟ କରାଯାଇପାରି ନଥିବା ବେଳେ ମୃତଦେହଗୁଡ଼ିକ ବିଭିନ୍ନ ଡାକ୍ତରଖାନାର ଶବଗୃହରେ ରହିଛି। ଓଡ଼ିଶା ଇତିହାସରେ ଏହା ସବୁଠୁ ବଡ଼ ଟ୍ରେନ ଦୁର୍ଘଟଣା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/uWUq5Xb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages