ଶ୍ରଦ୍ଧାଳୁଙ୍କ ଉପରେ ଆଖିବୁଜା ଲାଠି ଚାର୍ଜ କଲା ପୁଲିସ୍‌, ବର୍ଷିଲେ ବିରୋଧୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 11, 2023

ଶ୍ରଦ୍ଧାଳୁଙ୍କ ଉପରେ ଆଖିବୁଜା ଲାଠି ଚାର୍ଜ କଲା ପୁଲିସ୍‌, ବର୍ଷିଲେ ବିରୋଧୀ

ମନ୍ଦିରମୁହାଁ ଶ୍ରଦ୍ଧାଳୁଙ୍କ ଉପରେ ହେଲା ଲାଠି ଚାର୍ଜ। ଏହାକୁ ନେଇ ତେଜିଛି ମହାରାଷ୍ଟ୍ର ରାଜନୀତି। ଭିଡ଼କୁ ନିୟନ୍ତ୍ରଣ କରିବାକୁ ହାଲକା ଲାଠି ଚାର୍ଜ କରାଯାଇଥିବା ପୁଲିସ୍‌ ସଫେଇ ଦେଉଥିବା ବେଳେ ଏହା ମୋଗଲ ଶାସନର ଦୌରାତ୍ମ୍ୟ ବୋଲି କହି ସରକାରଙ୍କୁ ଘେରିଛନ୍ତି ବିରୋଧୀ।

ଗତକାଲି ମହାରାଷ୍ଟ୍ରର ପୁଣେ ଜିଲ୍ଲାର ପନ୍ଦରପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ଅବତାର ଭଗବାନ ବିଠୋବାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଉଥିଲା। ଏଥିନିମନ୍ତେ ଶହ ଶହ ଭକ୍ତ ଶୋଭାଯାତ୍ରାରେ ସହର ପରିକ୍ରମା କରୁଥିଲେ। ମାତ୍ର ଆଳନ୍ଦିସ୍ଥିତ ଶ୍ରୀ କ୍ଷେତ୍ର ମନ୍ଦିରେ ପ୍ରବେଶକୁ ନେଇ ପୁଲିସ୍‌ ଓ ଶ୍ରଦ୍ଧାଳୁ ମୁହାଁମୁହିଁ ହୋଇଥିଲେ। ଏଥିରେ ଉତ୍ତ୍ୟକ୍ତ ପୁଲିସ୍‌ ଶ୍ରଦ୍ଧାଳୁଙ୍କ ଉପରକୁ ଲାଠି ଚାର୍ଜ କରିବାକୁ ପଛାଇ ନାହିଁ ।

ଏନେଇ ସଫେଇ ଦେଇ ପୁଲିସ୍‌ କହିଛି, ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରମୁହାଁ ହେଉଥିବା ବେଳେ ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ହାଲକା ଲାଠି ଚାର୍ଜ କରିବାକୁ ପଡ଼ିଛି। ପୁଲିସ୍‌ ସୂଚନା ଅନୁଯାୟୀ, ପରମ୍ପରା ଅନୁଯାୟୀ, ଥରକରେ ମନ୍ଦିରରେ ୭୫ ଜଣଙ୍କୁ ପ୍ରବେଶ ଅନୁମତି ମିଳିଥାଏ । ମାତ୍ର ଏକାଥରେ ପ୍ରାୟ ୪ଶହ ଜଣ ମନ୍ଦିରରେ ପ୍ରବେଶ କରିବାକୁ ଉଦ୍ୟତ ହେବାରୁ ପୁଲିସ୍‌ ପକ୍ଷରୁ ତାଙ୍କୁ ରୋକିବାକୁ ଚେଷ୍ଟା କରାଯାଇଥିଲା।

ପୁଲିସ୍‌ର ଏପରି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ଶିବସେନା ନେତା ତଥା ବରିଷ୍ଠ ଏମ୍‌ପି ସଞ୍ଜୟ ରାଉତ ଟ୍ୱିଟ କରି ମହାରାଷ୍ଟ୍ର ସରକାର ଉପରେ ବର୍ଷିଛନ୍ତି। ହିନ୍ଦୁତ୍ୱ ଡିଣ୍ଡିମ ପିଟୁଥିବା ସରକାରର ମୁଖା ଖୋଲିଯିବା ସହ ପର୍ଦ୍ଦାଫାଶ ହୋଇଥିବା ସେ ଟ୍ୱିଟ କରିଛନ୍ତି। ଏଥିସହ ଔରଙ୍ଗଜେବ କ’ଣ ଏହାଠୁ ଅଲଗା ବ୍ୟବହାର କରୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ମହାରାଷ୍ଟ୍ରରେ ମୋଗଲଙ୍କୁ ପୁର୍ନଜନ୍ମ ହୋଇଥିବା ସେ କହିଛନ୍ତି ।

ଏନସିପି ନେତା ଛଗନ ଭୁଜବଲ ଟ୍ୱିଟ କରି ଶ୍ରୀ କ୍ଷେତ୍ର ଆଳନ୍ଦୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଉପରେ ପୁଲିସ୍‌ର ଏପରି ଲାଠି ଚାର୍ଜକୁ ବିରୋଧ କରିଛନ୍ତି। ଏଥିସହ ଏହା ବାରକାରୀ ସମ୍ପ୍ରଦାୟ ପ୍ରତି ଘୋର ଅପମାନ ଓ ଏହାକୁ ଆମେ ତୀବ୍ର ନିନ୍ଦା କରୁଥିବା ସେ କହିଛନ୍ତି।

ଏନସିପି ନେତ୍ରୀ ତଥା ଲୋକସଭା ସଦସ୍ୟା ସୁପ୍ରିୟା ସୁଲେ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଏହା ପ୍ରଶାସନିକ ଦକ୍ଷତାର ଅପାରଗତା ବୋଲି କହିଛନ୍ତି। ଏଥିସହ ବିଗତ ବର୍ଷମାନଙ୍କରେ କେବେବି ଏପରି ଘଟଣା ଘଟି ନ ଥିବା ବେଳେ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/o2c984z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages