ରାଜ୍ୟବାସୀଙ୍କୁ ଆଜି ତାତିରୁ ମିଳିଛି ଆଶ୍ୱସ୍ତି। ଆଜି ସକାଳୁ ସକାଳୁ ପାଣିପାଗରେ ଅଚାନକ ପରିବର୍ତ୍ତ ହୋଇଛି। ଭୁବନେଶ୍ୱର, କଟକ ସମେତ କିଛି ଜିଲ୍ଲାରେ ବର୍ଷା ହୋଇଛି। ଆଜି ୭ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ SRCଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କତା ଜାରି କରାଯାଇଛି। ୭ ଜିଲ୍ଲାବାସୀ ୩ ଘଣ୍ଟା ପାଇଁ ସତର୍କ ରହିବାକୁ କୁହାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଗଞ୍ଜାମ ଓ ଗଜପତି।
ସୂଚନାରଯୋଗ୍ୟ, ଗତ କିଛିଦିନ ହେବ ରାଜ୍ୟରେ ଗୁଳିଗୁଳି ସାଙ୍ଗକୁ ପ୍ରଚଣ୍ଡ ରୁଦ୍ରତାପ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଭୋର ୫ ସୁଦ୍ଧା ତାପମାତ୍ରା ୩୦ ଡିଗ୍ରୀ ପାର କରିଯାଉଛି। କୌଣସି କାମରେ ଘରକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଗତକାଲି ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ଥିଲା। ସମ୍ବଲପୁର ୪୭.୪ ଡିଗ୍ରୀ ରେକର୍ଡ କରାରଯାଇଥିଲା। ଗତକାଲି ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/OBKNne3
No comments:
Post a Comment