ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକରେ ଘଟିଛି ଏହି ଘଟଣା।
ଆହତ ବ୍ୟକ୍ତିଙ୍କ ନାଁ ଗଜିନ୍ଦ୍ର ଯାନୀ। ତାଙ୍କ ଘର ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଝାରବନ୍ଧ ଗାଁରେ। ଗତକାଲି ରାତି ପ୍ରାୟ ୮ଟା ବେଳେ ଗଜିନ୍ଦ୍ର ଯାନୀ ପାଖ ଗାଁ ଚିଙ୍ଗୁଡ଼ିଶର ସ୍ଥିତ ଏମ୍ଆଇ ପ୍ରୋଜେକ୍ଟକୁ ଗାଧୋଇବାକୁ ଯାଇଥିଲେ। ସେ ଚାଲି ଚାଲି ଯାଉଥିବା ବେଳେ ହଠାତ୍ ସେଠାକୁ ପାଣି ପିଇବାକୁ ଆସିଥିବା ଏକ ହାତୀ ସହିତ ତାଙ୍କର ସାମ୍ନାସାମ୍ନି ହୋଇଥିଲା। ହାତୀଟି ତାଙ୍କୁ କଚାଡ଼ି ଦେଇଥିଲା।
କିଛି ଗ୍ରାମବାସୀ ଏହା ଦେଖି ହାତୀକୁ ଘଉଡ଼ାଇ ଥିଲେ। ହାତୀ ସେଠାରୁ ପଳାଇବା ପରେ ସେମାନେ ଗଜିନ୍ଦ୍ର ଯାନୀଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ଗଜିନ୍ଦ୍ରଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଏହି ଘଟଣା ପରେ ହାତୀ ଗାଁ ମୁହାଁ ହୋଇଥିବା ଜଣାପଡ଼ିଥିଲା। ଫଳରେ ହାତୀର ସୁରକ୍ଷା ଦୃଷ୍ଟିରୁ ଝାରବନ୍ଧ ଓ ଚିଙ୍ଗୁଡ଼ିଶର ସମେତ ଆଖପାଖ ପ୍ରାୟ ୧୦/୧୨ଟି ଗାଁରେ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଇଥିଲା। ରାତିସାରା ଏହି ସବୁ ଗାଁରେ ବିଦ୍ୟୁତ୍ ସଂଯୋଗକୁ କାଟି ଦିଆଯାଇଥିଲା।
ଅନ୍ୟପକ୍ଷରେ ଜୁନାଗଡ଼ ଓ କେ, ଗାଁ ରେଞ୍ଜର ସମସ୍ତ ବନ କର୍ମଚାରୀ ଗତକାଲି ରାତି ସାରା ହାତୀକୁ ଘଉଡ଼ାଇବା କାର୍ଯ୍ୟରେ ଲାଗିଥିଲେ। ସେମାନେ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/TE1BXRi
No comments:
Post a Comment