ପରବ ଶତରତକ କନଦର କର ଯବକଙକ ଗଳମଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 13, 2023

ପରବ ଶତରତକ କନଦର କର ଯବକଙକ ଗଳମଡ଼

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଏପରି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫୁଳବାଣୀ ଟାଉନ ଥାନା ଡାକପାଲା ମଝିଆସାହିରେ। ଯୁବକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

ଆହତ ଯୁବକ ଜଣଙ୍କ ହେଲେ ଅଜିତ ପ୍ରଧାନ। ଗୁଳିକାଣ୍ଡ ପରେ ଅଭିଯୁକ୍ ଯୁବକ ବୀଜବନ ବିନ୍ଧାଣୀ ଫେରାର ହୋଇଯାଇଛି। ଅଜିତଙ୍କ ଶରୀରରେ ଦୁଇ ରାଉଣ୍ଡ ଗୁଳି ବାଜିଛି।

ପରିବାର ଲୋକଙ୍କ କହିବା ଅନୁସାରେ, ଅଜିତ ଗତରାତିରେ ଉପରସାହିରେ ରହୁଥିବା ତାଙ୍କ ମା'ଙ୍କ ପାଖକୁ ଖାଇବାକୁ ନେଇ ଯାଇଥିଲେ। ମା’ଙ୍କୁ ଖାଇବା ଦେଇ ଫେରିଲା ବେଳେ ବୀଜବନ ଅଜିତ ଉପରକୁ ଗୁଡ଼ିମାଡ଼ କରିଥିଲେ। ଗୁଳି ଶବ୍ଦ ଶୁଣି ସାହିଲୋକ ଏକତ୍ରିତ ହୋଇଯାଇଥିଲେ। ଅଜିତଙ୍କୁ ସେଠାରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ବୀଜବନ ଫେରାର ହୋଇଯାଇଥିଲା। ତେବେ ତାକୁ ତୁରନ୍ତ ଗିରଫ କରାଯାଉ ବୋଲି ଆହତଙ୍କ ଘର ଲୋକ ଏବଂ ସାହିବାସିନ୍ଦା ମାନେ କହିଛନ୍ତି !



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/l319EaK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages