ଦୂରଦର୍ଶନର ପ୍ରସିଦ୍ଧ ନ୍ୟୁଜ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 7, 2023

ଦୂରଦର୍ଶନର ପ୍ରସିଦ୍ଧ ନ୍ୟୁଜ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ

ଦୂରଦର୍ଶନର ପ୍ରସିଦ୍ଧ ନ୍ୟୁଜ ଆଙ୍କର ଗୀତାଞ୍ଜଳି ଆୟରଙ୍କ ୭୧ ବର୍ଷ ବୟଷରେ ପରଲୋକ ହୋଇଛି। ଗତକାଲି ସାନ୍ଧ୍ୟ ଭ୍ରମଣ କରି ଘରକୁ ଫେରିବା ପରେ ହଠାତ୍ ସେ ଅସୁସ୍ଥ ହୋଇପଡିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଥିବାଳ ବେଳେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।

ଗୀତାଞ୍ଜଳି ଆୟର ୧୯୭୧ ମସିହାରେ ଦୂରଦର୍ଶନରେ କାମ ଆରମ୍ଭ କରିଥିଲେ। ଇଂରାଜୀ ଭାଷାରେ ନ୍ୟୁଜ ଆଙ୍କର ଭାବେ ସେ ଭାରତରେ ବେଶ ପରିଚିତ। ଦୂରଦର୍ଶନରେ ସେ ୩୦ ବର୍ଷ କାମ କରିଛନ୍ତି । ନିଜ କ୍ୟାରିଅରରେ ସେ ୪ଥର ସର୍ବଶ୍ରେଷ୍ଠ ନ୍ୟୁଜ ଆଙ୍କର ପୁରସ୍କାର ପାଇଥିଲେ।

କୋଲକାତାର ଲୋରେଟୋ କଲେଜରୁ ସ୍ନାତକ କରିବା ପରେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରେ ସେ DIPLOMA ସାରି ସେ ଅଲ ଇଣ୍ଡିଆ ରେଡିଓରେ କାମ କରିଥିଲେ । ପରେ ଦୂରଦର୍ଶନରେ ସେ ଇଂରାଜୀ ଭାଷାର ନ୍ୟୁଜ୍ ଆଙ୍କର ଭାବେ କାମ କରିଥିଲେ। ଗୀତାଞ୍ଜଳି ଆୟରଙ୍କ ଦେହାନ୍ତରେ ଗଭୀର ସମବେଦନା ଜଣାଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ।

ଗୀତାଞ୍ଜଳି ଜଣେ ସୁଦକ୍ଷ ନ୍ୟୁଜ ଆଙ୍କର ହେବା ସହ ପ୍ରିଣ୍ଟ ମିଡିଆ ବିଜ୍ଞାପନରେ ଜଣେ ଜଣାଶୁଣା ମୁହଁ ଥିଲେ। ଏହାବାଦ ସେ କିଛି ସିରିଏଲରେ ବି କାମ କରିଥିଲେ।

ଦୀର୍ଘ ଦିନ ଧରି ପାର୍କିନସନ୍‌ ବେମାରରେ ପୀଡ଼ିତ ଥିବା ଗୀତାଞ୍ଜଳିଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ଖେଳି ଯାଇଛି। ଗୀତାଞ୍ଜଳି ଆୟରଙ୍କୁ ଟିଭି ପରଦାରେ ଦେଖିଦେଲେ ନ୍ୟୁଜ ପ୍ରତି ଆଗ୍ରହ ସୃଷ୍ଟି ହେଉଥିଲା। ହଠାତ୍‌ ତାଙ୍କ ମୃତ୍ୟୁ ଖବର ଶୁଣି ଗଭୀର ଦୁଃଖିତ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ଲିଡର ନୀତା ଡି’ସୁଜା ।

ଗୀତାଞ୍ଜଳିଙ୍କର ଜଣେ ପୁଅ ଓ ଜଣେ ଝିଅ ଥିବା ଜଣାଯାଇଛି। ତାଙ୍କ ଝିଅ ପଲ୍ଲବୀ ଆୟାର ମଧ୍ୟ ଜଣେ ବେଶ୍‌ ଜଣାଶୁଣା ନ୍ୟୁଜ ଆଙ୍କର ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/isIgWxc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages