ସୱସଥୟମନତରଙକ ଜଲଲର ମଳଲନ ଆମବଲନସ ଟରଲର ଡକତରଖନ ଗଲ ରଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 6, 2023

ସୱସଥୟମନତରଙକ ଜଲଲର ମଳଲନ ଆମବଲନସ ଟରଲର ଡକତରଖନ ଗଲ ରଗ

 ସ୍ୱାସ୍ଥ୍ୟ ସେବାରେ ଘୋର ଅବହେଳା।  ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଜିଲ୍ଲାରେ ରୋଗୀଙ୍କୁ ମିଳିଲାନି ୧୦୮ ଆମ୍ବୁଲାନ୍ସ। ଟ୍ରଲିରେ ରୋଗୀକୁ ମେଡିକାଲ ନେଲେ ସ୍ଥାନୀ ଲୋକେ I ଏପରି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ।

ବିନିକା ସହରରେ ରହୁଥିବା ହଲୁ ନାଏକ ନାମକ ଜଣେ ବ୍ୟକ୍ତି ଗତକାଲି ବସଷ୍ଟାଣ୍ଡ ନିକଟରେ ଅଚେତ ଅବସ୍ଥାରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ପାଇଁ ବିନିକା ମେଡିକାଲକୁ ଫୋନ୍ କରିଥିଲେ। ହେଲେ ସେହି ସମୟରେ ଡାକ୍ତରଖାନାରେ ଆମ୍ବୁଲାନ୍ସ ଉପଲବ୍ଧ ନଥିଲା। ଅନ୍ୟ ରୋଗୀକୁ ଆଣିବାକୁ ବାହାରକୁ ଯାଇଥିଲା। ତାହା ଆସିବା ବିଳମ୍ବ ହେବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଥିଲା।  ଶେଷରେ  ସ୍ଥାନୀୟ ଲୋକେ ଟ୍ରଲିରେ ହଲୁଙ୍କୁ ଶୁଆଇ ବିନିକା ମେଡିକାଲକୁ ଆଣିଥିଲେ। ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ତେବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଯଦି ରୋଗୀଙ୍କୁ ଆମ୍ବୁଲାନ୍ସ ମିଳୁ ନାହିଁ, ତାହାହେଲେ ଉପାନ୍ତ ଅଞ୍ଚଳର ରୋଗୀମାନଙ୍କୁ  କିପରି ସ୍ୱାସ୍ଥ୍ୟସେବା ମିଳୁଥିବ ତାହା ସାଧାରଣରେ ଚର୍ଚ୍ଚା ହେଉଛି।  ଏନେଇ ମେଡିକାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/c31lBYA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages