ବିନା ଚାଲାଣରେ ଆଦାୟ କଲେ ୫ ହଜାର; ଭିଡିଓ ଭାଇରାଲ ହେବା ପରେ ସସ୍‌ପେଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 23, 2023

ବିନା ଚାଲାଣରେ ଆଦାୟ କଲେ ୫ ହଜାର; ଭିଡିଓ ଭାଇରାଲ ହେବା ପରେ ସସ୍‌ପେଣ୍ଡ

ଟ୍ରାଫିକ ନିୟମ ଉଲ୍ଲଘଂନ ଅଭିଯୋଗରେ ଜଣେ କୋରିଆ ନାଗରିକଙ୍କଠାରୁ ୫ ହଜାର ଟଙ୍କା ଫାଇନ୍ ଆଦାୟ କଲେ ପୁଲିସ୍‌ କର୍ମୀ। ହେଲେ କାଟିଲେ ନାହିଁ ରସଦି। ଏହାର ଭିଡିଓ ଭାଇରାଲ ହେବା ପରେ ଦିଲ୍ଲୀ ପୁଲିସ୍‌ର ଏହି ସୁରକ୍ଷା କର୍ମୀଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବନ କରାଯାଇଛି।

ଭିଡିଓରେ ଦେଖିବାକୁ ମିଳୁଛି ଜଣେ କୋରିଆ ନାଗରିକ ଦିଲ୍ଲୀର ରାଜରାସ୍ତାରେ ଏକ କାର୍‌ ଚଳାଉଥିବା ବେଳେ ଜଣେ ଟ୍ରାଫିକ୍‌ ପୁଲିସ୍‌ ତାଙ୍କୁ ଅଟକାଇଥିଲେ। ଏଥିସହ ସେ ଟ୍ରାଫିକ ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗରେ ତାଙ୍କୁ ୫ ହଜାର ଟଙ୍କା ଦେବାକୁ କହିଥିଲେ।

ବିଦେଶୀ ନାଗରିକଜଣକ ପ୍ରଥମେ ଟ୍ରାଫିକ ପୁଲିସ୍‌ଙ୍କ କଥା ବୁଝି ନ ପାରି ତାଙ୍କୁ ୫ଶହ ଟଙ୍କାର ନୋଟ୍‌ ବଢ଼ାଇଥିଲେ। ମାତ୍ର ଏହା ଦେଖି ଟ୍ରାଫିକ ପୁଲିସ୍‌ଜଣକ ତାଙ୍କୁ ୫ ହଜାର ଟଙ୍କା ଦେବାକୁ କହିଥିଲେ। ଏହା ଶୁଣି ବିଦେଶୀ ନାଗରିକଜଣକ ତାଙ୍କୁ ତୁରନ୍ତ ୫ ହଜାର ଟଙ୍କା ବଢ଼ାଇ ଦେଇ ସେଠାରୁ ଚାଲି ଯାଇଥିଲେ। ମାତ୍ର ଟ୍ରାଫିକ ପୁଲିସ୍‌ ତାଙ୍କୁ କୌଣସି ଚାଲାଣ ଦେଇ ନ ଥିଲେ।

ଏହାର ଭିଡିଓ ଭାଇରାଲ ହେବା ପରେ ତୁରନ୍ତ ଆକ୍ସନ ମୁଡକୁ ଚାଲି ଆସି ଉକ୍ତ ଟ୍ରାଫିକ ପୁଲିସ୍‌ଙ୍କୁ ନିଲମ୍ବନ କରିଛି ଦିଲ୍ଲୀ ପୁଲିସ୍‌। ଏଥିସହ ତାଙ୍କୁ ପଚରାଉଚରା ବେଳେ ପାଖରେ ରସିଦ ବହି ନ ଥିବା ବେଳେ ତାହା ଆଣିଲା ବେଳକୁ ଉକ୍ତ ଯୁବକଜଣକକ ପଳାଇଥିବା ସେ କହିଥିଲେ। ମାତ୍ର ଏହା ବିଶ୍ୱାସଯୋଗ୍ୟ ନ ହେବାରୁ ତାଙ୍କୁ ତୁରନ୍ତ ସସ୍‌ପେଣ୍ଡ କରାଯାଇଛି। ଏଥିସହ ଲାଞ୍ଚୁଆଙ୍କ ବିରୋଧରେ ଦିଲ୍ଲୀ ପୁଲିସ୍‌ ଶୂନ୍ୟ ସହନଶୀଳନା ନୀତି ଆପଣାଇବ ବୋଲଇ କଡ଼ା ଚେତାବନୀ ଦିଆଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/1oji9eQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages