ବିସ୍ଫୋରଣରେ କଟିଗଲା ନାବାଳକଙ୍କ ୪ଟି ଅଙ୍ଗୁଳି। ଏପରି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ ବଙ୍ଗମୁଣ୍ଡା ଗାଁରେ। ଆହତ ନାବାଳକ ଜଣଙ୍କ ହେଲେ ବଳିସିଂ ବରିହା। ତାଙ୍କ ଘରବଙ୍ଗମୁଣ୍ଡା ଗାଁରେ।
ବଙ୍ଗମୁଣ୍ଡା ଗାଁ ନିକଟରେ ଏକ କ୍ରସର ରହିଛି। ପ୍ରତିଦିନ ଏହି କ୍ରସରରେ ପଥର ବ୍ଲାଷ୍ଟିଂ କରାଯାଇଥାଏ। ଗତକାଲି ମଧ୍ୟ ଏହି କ୍ରସର ନିକଟରେ ବ୍ଲାଷ୍ଟିଂ କରାଯାଇଥିଲା। ବ୍ଲାଷ୍ଟିଂ ବେଳେକ୍ରସର ପାଖରେ କିଛି ଅଫୁଟା ବାରୁଦ ପଡ଼ି ରହିଥିଲା। ଗତକାଲି ବଳିସିଂ କ୍ରସର ନିକଟକୁ ବଳଦ ଚରାଇବାକୁ ନେଇଥିଲେ। ବଳିସିଂ ଏହାକୁ ହାତରେ ଧରି ଦେଇଥିଲେ। ହାତରେ ଧରିବା କ୍ଷଣି ହଠାତ୍ ଏହା ବିସ୍ଫୋରଣ ହୋଇଥିଲା। ବଳିସିଂଙ୍କ ବାମ ହାତର ୩ ଟି ଓ ଡାହାଣ ହାତର ଗୋଟିଏ ଆଙ୍ଗୁଠି ସମ୍ପୂର୍ଣ୍ଣ କଟି ଯାଇଥିଲା।
ପରେ ନାବାଳକଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ଚିକିତ୍ସାଧୀନ ଡାକ୍ତର କହିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/I8DHYjW
No comments:
Post a Comment