ଗଙ୍ଗା ନଦୀ ଉପରେ ନିର୍ମାଣାଧୀନ ବ୍ରିଜ ଦୁଇ ଥର ଭୁଶୁଡ଼ିବା ଘଟଣା କିଛି ଦିନ ପୂର୍ବେ ଗଣମାଧ୍ୟମର ଶିରୋନାମା ପାଲଟିଥିଲା। ମାତ୍ର ଏହି ବ୍ରିଜ ନିର୍ମାଣ କରିଥିବା ଏକଜିକ୍ୟୁଟିଭ ଇଞ୍ଜିନିୟର ମାଲେମାଲ ହୋଇଥିବା ଖବର ପାଇ ତାଙ୍କ ଘରେ ପଶିଥିଲା ଭିଜିଲାନ୍ସ। ଯାଞ୍ଚ ବେଳେ ଏହି କରିତକର୍ମା ଇଞ୍ଜିନିୟରଙ୍କ ଘରୁ ସୁଟକେଶ ଭର୍ତ୍ତି ଟଙ୍କା ଜବତ ହୋଇଥିବା ଜଣାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ପୃକ୍ତ ଏକଜିକ୍ୟୁଟିଭ ଇଞ୍ଜିନିୟର ଶ୍ରୀକାନ୍ତ ଶର୍ମାଙ୍କୁ ବାନ୍ଧିଛି ଭିଜିଲାନ୍ସ।
ବିହାରର ଭାଗଲପୁରରେ ଗଙ୍ଗା ନଦୀ ଉପରେ ନିର୍ମାଣାଧୀନ ଅବସ୍ଥାରେ ଥିବା ବ୍ରିଜ କାମ ସରି ନ ଥିବା ବେଳେ ତାହା ୨ ଥର ଭୁଶୁଡ଼ି ସାରିଲାଣି। ଏହି ବ୍ରିଜ ନିର୍ମାଣ ଦାୟିତ୍ୱରେ ଥିବା ଏକଜିକ୍ୟୁଟିଭ ଇଞ୍ଜିନିୟର ଶ୍ରୀକାନ୍ତ ଶର୍ମା ଲାଞ୍ଚ ଖାଇ ନିମ୍ନମାନର କାମ କରିଥିବା ଅଭିଯୋଗ ହେବା ପରେ ତାଙ୍କ ଉପରେ ନଜର ରଖିଥିଲା ଭିଜିଲାନ୍ସ।
ଏହାପରେ ଅତର୍କିତ ଭାବେ ଶ୍ରୀକାନ୍ତ ଶର୍ମା ରହୁଥିବା ଭାଗଲପୁରର ହନୁମାନ ନଗର କଲୋନୀରେ ରହୁଥିବା ଘରେ ପଶି ଘାଣ୍ଟିଛି ଭିଜିଲାନ୍ସ ଟିମ୍। ଯାଞ୍ଚ ବେଳେ ଶ୍ରୀକାନ୍ତଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ବାହାରିଥିବା ଜଣାଯାଇଛ। ତାଙ୍କ ଘରୁ ୮୦ ଲକ୍ଷ ଟଙ୍କା କ୍ୟାସ୍, ପୁଳା ପୁଳା ସୁନା ଓ ବହୁ ଜମିବାଡ଼ି କାଗଜପତ୍ର କରାଯାଇଥିବା ଜଣାଯାଇଛି। ଏଥିସହ ତାଙ୍କ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ବି ଚଢ଼ାଉ ହୋଇଥିବା ଜଣାଯାଇଛି।
ଏକଜିକ୍ୟୁଟିଭ ଇଞ୍ଜିନିୟରଜଣକ ନିଜ ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହେବା ପରେ କିଛି ଦିନ ହେବ ତାଙ୍କ ଉପରେ ନଜର ରଖିଥିଲା ଭିଜିଲାନ୍ସ। ଏହାପରେ ଅତର୍କିତ ଭାବେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିବା ବେଳେ ତଲାସୀ ଚାଲୁ ରହିଥିବା ଜଣାଯାଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/4V2HAQP
No comments:
Post a Comment