ମନ୍ଦିର ଟ୍ରଷ୍ଟର କର୍ମକର୍ତ୍ତା କଲେ ଘୃଣ୍ୟ କାମ । ଜଣେ ୧୨ ବର୍ଷୀୟା ନାବାଳିକାକୁ ଗଣବଳାତ୍କାର ପରି ପାଶବିକ ଅତ୍ୟାଚାର କଲେ। ଏଥିରେ ସେମାନଙ୍କ ମନ ଶାନ୍ତ ନ ହେବାରୁ ନାବାଳିକାଙ୍କୁ ପ୍ରବଳ ପିଟିବା ସହ ତାଙ୍କ ଯୌନାଙ୍ଗରେ ବାଡ଼ି କରି କିଛି ଜିନିଷ ଭର୍ତ୍ତି କରି କ୍ଷତାକ୍ତ କରି ଦେଇଛନ୍ତି। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପରି ଏକ ଲଜ୍ଜାଜନକ ଘଟଣା ମଧ୍ୟପ୍ରଦେଶରେ ଘଟିଛି। ପୁଲିସ୍ ୨ ଅଭିଯୁକ୍ତଙ୍କୁ ବାନ୍ଧିଛି।
ମଧ୍ୟପ୍ରଦେଶର ସତନା ଜିଲ୍ଲାର ମାଇହାର ଅଞ୍ଚଳରେ ଥିବା ଏକ ପ୍ରସିଦ୍ଧ ମନ୍ଦିରର ୨ କର୍ମକର୍ତ୍ତା ଏପରି ଲଜ୍ଜାଜନକ କାଣ୍ଡ ଘଟାଇଛନ୍ତି। ଗିରଫ ଦ୍ୱୟ ହେଲେ ରବୀନ୍ଦ୍ର କୁମାର ଓ ଅତୁଲ ଭାଡୋଲିୟା।
ନାବାଳିକାଜଣକ ରକ୍ତାକ୍ତ ଅବସ୍ଥାରେ ପଡ଼ି ଛଟପଟ ହେଉଥିବା ବେଳେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲ ଓ ପରେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ନିମନ୍ତେ ଏକ କମିଟି ଗଠିତ ହୋଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।
ନାବାଳିକା ଶରୀରରର ବିଭିନ୍ନ ସ୍ଥାନରେ ମାଡ ଚିହ୍ନ ଥିବା ବେଳେ ମେଡିକାଲ ରିପୋର୍ଟ ଆସିବା ପରେ ସବୁ ଘଟଣା ପଦାକୁ ଆସିବ ବୋଲି ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି।
ଗିରଫ ପରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅପରପକ୍ଷେ, ମନ୍ଦିର କମିଟି ଉଭୟଙ୍କୁ ତୁରନ୍ତ ମନ୍ଦିରର ସମସ୍ତ ପଦରୁ ବହିଷ୍କାର କରିଛି। ଏପରି ଘୃଣ୍ୟ କାମ ଦ୍ୱାରା ମନ୍ଦିରର ଭାବମୂର୍ତ୍ତି ଉପରେ ଆଞ୍ଚ ଆସିଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Pxzp9h2
No comments:
Post a Comment