ମଧୁମେହ ଦୂର ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 29, 2023

ମଧୁମେହ ଦୂର ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ବର୍ତ୍ତମାନ ସମୟରେ ଘରେ ଘରେ ମଧୁମେହ ରୋଗୀ। ଖରାପ ଜୀବନଶୈଳୀ ଏବଂ ଖରାପ ଖାଦ୍ୟ ଏହାର ମୁଖ୍ୟ କାରଣ। ଭାରତର ପ୍ରତି ୧୧ ଜଣ ଯୁବକଙ୍କ ମଧ୍ୟରୁ ଜଣେ ମଧୁମେହରେ ପୀଡିତ। ଯଦି ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ କରାଯାଏ ନାହିଁ, ତେବେ ଏହା ମଧ୍ୟ ସାଂଘାତିକ ରୂପ ନେଇପାରେ। ମଧୁମେହ ପାଇଁ ଇନସୁଲିନ୍ ଆବିଷ୍କାର ହୋଇଛି ସତ, କିନ୍ତୁ ଖାଦ୍ୟରେ ବିଶେଷ କଟକଣା ଗ୍ରହଣ ନକଲେ ଏହାକୁ ଚେକ୍ ମେଟ୍ ଦେବା କଷ୍ଟକର। ତେଣୁ ଘରୋଇ ଉପଚାର ମାଧ୍ୟମରେ ଖାଦ୍ୟରେ ନିୟନ୍ତ୍ରଣ ଆଣି କିପରି ମଧୁମେହ ରୋକିପାରିବେ, ଜାଣନ୍ତୁ...

ନିମ୍ୱ:- ଏହା ମଧୁମେହ ପାଇଁ ସର୍ବୋତ୍ତମ। ଏଥିରେ ଫ୍ଲାଭୋନାଏଡ, ଟ୍ରାଇଟ୍ରୋପନଏଡ, ଆଣ୍ଟିଭାଇରାଲ ପଦାର୍ଥ ଏବଂ ଗ୍ଲାଇକୋସିଡ୍ ମିଳିଥାଏ, ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଯଦି କଞ୍ଚା ନିମ୍ୱ ପତ୍ର ସବୁବେଳେ ଉପଲବ୍ଧ ହୋଇପାରେ ନାହିଁ, ତେବେ ଏହାର ପାଉଡର ମଧ୍ୟ ବ୍ୟବହାର କରିପାରିବେ। ଏଥିପାଇଁ କିଛି ଶୁଖିଲା ନିମ୍ୱ ପତ୍ରକୁ ଗ୍ରାଇଣ୍ଡିଂ କରି ରଖନ୍ତୁ ଏବଂ ଦିନକୁ ଦୁଇଥର ଏହି ପାଉଡର ବ୍ୟବହାର କରନ୍ତୁ।

କଲରା ଜୁସ୍:- କଲରା ସେବନ କିମ୍ବା କଲରା ଜୁସ୍ ମଧୁମେହରୁ ରକ୍ଷା କରିବାରେ ବେଶ୍ ସହାୟକ ହୋଇଥାଏ। ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ ଏବଂ ସୁସ୍ଥ ରଖେ।

ଅଦା:- ଯଦି ପ୍ରତିଦିନ ଅଦା ଖାଆନ୍ତି, ତେବେ ରକ୍ତରେ ଶର୍କରା ସ୍ତର ବଜାୟ ରଖିବାରେ ଏହା ସାହାଯ୍ୟ କରେ। ଅଦା ଇନସୁଲିନକୁ ସନ୍ତୁଳିତ କରେ। ଗୋଟିଏ ପାତ୍ରରେ ଗୋଟିଏ କପ୍ ପାଣି ଏବଂ କିଛି ଅଦା ପକାଇ ଏହାକୁ 5 ମିନିଟ୍ ପାଇଁ ଫୁଟାନ୍ତୁ। ଏହି ପାଣିକୁ ଦିନକୁ ଥରେ କିମ୍ବା ଦୁଇଥର ପିଇଲେ ମଧୁମେହରୁ ମୁକ୍ତି ମିଳିଥାଏ।

ମେଥି ପାଉଡର:- ମଧୁମେହରେ ମେଥି ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ଏହା ଗ୍ଲୁକୋଜର ପରିମାଣକୁ ନିୟନ୍ତ୍ରଣ କରେ ଏବଂ ରକ୍ତରେ ଶର୍କରା ସ୍ତର ପରିଚାଳନା ପାଇଁ କାର୍ଯ୍ୟ କରେ। ଦୁଇ ଚାମଚ ମେଥି ମଞ୍ଜିକୁ ରାତିସାରା ପାଣିରେ ଭିଜାନ୍ତୁ ଏବଂ ସକାଳୁ ଖାଲି ପେଟରେ ପାଣି ପିଇବା ସହ ମଞ୍ଜି ଖାଆନ୍ତୁ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉପାଦେୟ। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/2SbeOAr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages