ଗରାଖଙ୍କ ୩୦ ଲକ୍ଷ ଟଙ୍କାର ହୀରା ମୁଦି ଚୋରି କରି ନେଲେ କର୍ମଚାରୀ। ମାତ୍ର ପରେ ଧରା ପଡ଼ିଯିବା ଭୟରେ ତାକୁ ଲାଟିନ୍ରେ ଫୋପାଡ଼ି ଦେଲେ। ପୁଲିସ୍ ଲାଟିନ୍ ପାଇପ୍ରୁ ଉକ୍ତ ମୁଦିକୁ ବାହାର କରିଥିବା ବେଳେ ସମ୍ପୃକ୍ତ କର୍ମଚାରୀଙ୍କୁ ବାନ୍ଧିଛି । ଏପରି ଏକ ଘଟଣା ହାଇଦ୍ରାବାଦର ଏକ ସ୍କିନ୍ ଓ ହେୟାର କ୍ଲିନିକ୍ରେ ଘଟିଛି।
ପୁଲିସ୍ ସୂଚନା ଅନୁଯାୟୀ, ଗତ ସପ୍ତାହରେ ଜଣେ ମହିଳା ଉକ୍ତ କ୍ଲିନିକ୍କୁ ଯାଇଥିଲେ। ସେଠାରେ ହେୟାର ଟ୍ରିଟମେଣ୍ଟ ବେଳେ ସେ ନିଜ ମୁଦିକୁ ବାହାର କରି ନିକଟରେ ଥିବା ଏକ ବକ୍ସ ଉପରେ ରଖିଥିଲେ। ଏହାପରେ ସେ ତାହା ଭୁଲିଯାଇ ନିଜ ଘରକୁ ଚାଲି ଯାଇଥିଲେ। ମାତ୍ର ସେଠାରେ ସେ ନିଜ ମୁଦିକୁ ଉକ୍ତ କ୍ଲିନିକ୍ରେ ଛାଡ଼ି ଆସିଥିବା ଜାଣି ପାରିଥିଲେ।
ଏନେଇ ସେ କ୍ଲିନିକ୍ ମାଲିକଙ୍କୁ ପଚାରିବାରୁ ସେଠାରେ କିଛି ମୁଦି ନ ଥିବା ସେ କହିଥିଲେ। ଏହାପରେ ମହିଳାଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଲିସ୍ ଉକ୍ତ ସେଲୁନ୍ରେ ପହଞ୍ଚି ସବୁ କର୍ମଚାରୀଙ୍କୁ ଗୁଡ଼ାଇ ତୁଡ଼ାଇ ପଚାରିବାରୁ ସମ୍ପୃକ୍ତ ଯୁବତୀ କର୍ମଚାରୀଜଣକ ଚୋରି କରିଥିବା ସ୍ୱୀକାର କରିଥିଲେ। ମାତ୍ର ଧରା ପଡ଼ିଯିବା ଭୟରେ ସେ ଉକ୍ତ ମୁଦିକୁ ସେଲୁନରେ ଥିବା ଲାଟିନ୍ରେ ଫ୍ଳସ୍ ମାରି ଦେଇଥିବା କହିଥିଲେ ।
ଏହାପରେ ପୁଲିସ୍ ପାଇପ୍ କର୍ମଚାରୀ ଆଣି ଉକ୍ତ ଲାଟିନ୍ର ପାଇପ୍କୁ ଖୋଲିବାରୁ ସେଥିରେ ମୁଦିଟି ଥିବା ଦେଖିବାକୁ ମିଳିଥିଲା। ମୁଦିକୁ ଉଦ୍ଧାର କରି ପୁଲିସ୍ ତାହାର ମାଲିକଙ୍କୁ ହସ୍ତାନ୍ତର କରିଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ୍ ସମ୍ପୃକ୍ତ ଯୁବତୀ କର୍ମଚାରୀଙ୍କୁ ଗିରଫ କରିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/hoL1pIY
No comments:
Post a Comment