ଆଜିଠୁ ସଂସଦର ମୌସୁମୀ ଅଧିବେଶନ, ଉଠିପାରେ ମଣିପୁର ପ୍ରସଙ୍ଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 19, 2023

ଆଜିଠୁ ସଂସଦର ମୌସୁମୀ ଅଧିବେଶନ, ଉଠିପାରେ ମଣିପୁର ପ୍ରସଙ୍ଗ

ଆଜିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ୨୩ ଦିନର ଏହି ମୌସୁମୀ ଅଧିବେଶନରେ ୧୭ଟି କାର୍ଯ୍ୟ ଦିବସ ରହିଛି। ଏହି ସମୟ ଭିତରେ ୨୧ଟି ନୂଆ ବିଲ୍ ଓ ୭ଟି ପୁରୁଣା ବିଲ୍ ପାସ୍ କରାଇବାକୁ କେନ୍ଦ୍ର ସରକାରଙ୍କ ଯୋଜନା ରହିଛି। ଏହାବାଦ ଗୃହରେ ୨ ମାସ ଧରି ଅଶାନ୍ତ ହୋଇ ପଡ଼ିଥିବା ମଣିପୁର ସମ୍ପର୍କରେ ଆଲୋଚନା ହୋଇପାରେ ବୋଲି ଜଣାଯାଇଛି।  

ଏଥିରେ ରହିଛି ୟୁନିଫର୍ମ ସିଭିଲ କୋଡ, ଡିଜିଟାଲ ଡାଟା ପ୍ରୋଟେକସନ ବିଲ ଓ ମେଡିଏସନ ବିଲ୍ ପରି ଗୁରୁତ୍ୱପୂର୍ଣ୍ଣ ବିଧେୟକ । ଅଧିବେଶନ ସୁରୁଖୁରୁରେ ଚଳାଇବାକୁ ଗତକାଲି ସର୍ବଦଳୀୟ ବୈଠକ ଡାକିଥିଲେ ସରକାର। ବୈଠକରେ ଗୃହକୁ ସବୁ ଦଳଙ୍କ ସହଯୋଗ ଲୋଡ଼ିଥିଲେ। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ମୌସୁମୀ ଅଧିବେଶନ ବିଭିନ୍ନ ପ୍ରସଙ୍ଗରେ ସରଗରମ ରହିବ। ଅଧିବେଶନର ପ୍ରଥମ ପର୍ଯ୍ୟାୟ ପୁରୁଣା ପାର୍ଲାମେଣ୍ଟ ବିଲଡିଂରେ ଚାଲିବ। ଏହାପରେ ସଂସଦର ପରବର୍ତ୍ତୀ ଅଧା ଅଧିବେଶନକୁ ନୂଆ ବିଲଡିଂକୁ ସ୍ଥାନାନ୍ତର କରାଯିବ ବୋଲି ଜଣାଯାଇଛି।

ଦୀର୍ଘ ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ମଣିପୁରରେ ହିଂସାକାଣ୍ଡ ଲାଗି ରହିଥିବା ବେଳେ ବହୁ ଧନଜୀବନ ନଷ୍ଟ ହୋଇଛି। ଗତକାଲି ମଣିପୁରର ଏକ ଭିଡିଓ ଭାଇରାଲ ହୋଇଥିବା ବେଳେ ସେଥିରେ ୨ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ବହୁ ଲୋକ ଟଣାଓଟରା କରୁଥିବା ଦେଖିବାକୁ ମିଳିଛି। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ସ୍ପର୍ଶକାତର ଘଟଣାରେ ଗୋଟିଏ ବି ବିବୃତି ଏ ଯାବତ ଦେଇ ନାହାନ୍ତି। ତେଣୁ ମଣିପୁର ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଗୃହରେ ବିବୃତି ରଖିବାକୁ ବିରୋଧୀ ଦଳ ଦାବି କରିଛନ୍ତି। ନଚେତ ଗୃହରେ ସୃଷ୍ଟି ହେବାକୁ ଥିବା ବିଶୃଙ୍ଖଳା ଓ ହଙ୍ଗାମା ନିମନ୍ତେ ଖୋଦ ପ୍ରଧାନମନ୍ତ୍ରୀ ଦାୟୀ ରହିବେ ବୋଲି ସୂଚାଇ ଦିଆଯାଇଛି।

ଅପରପକ୍ଷେ, ମଣିପୁର ପ୍ରସଙ୍ଗରେ ଆଲୋଚନା ନିମନ୍ତେ କେନ୍ଦ୍ର ସରକାର ପ୍ରସ୍ତୁତ ଥିବା ପାର୍ଲାମେଣ୍ଟ ଆଫେୟାର୍ସ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/oDmqPdz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages