କର-ଅଟ-ବଇକ ଧକକ; ଗରତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 7, 2023

କର-ଅଟ-ବଇକ ଧକକ; ଗରତର

ଆଜି ସକାଳୁ ସକାଳୁ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧିଛକ- ବାଲିଆପାଳ ମୁଖ୍ୟ ରାସ୍ତାର ପେଜଗଳା ବ୍ରିଜ ନିକଟରେ ଘଟିଛି ସିରିଜ ଦୁର୍ଘଟଣା। ଏକ କାର୍‌ ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ କାର୍‌ରେ ପିଟି ହୋଇଛି ଏକ ବାଇକ୍‌। ଏହି ସିରିଜ ଦୁର୍ଘଟଣାରେ ୧୦ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି।

ବାଲିଆପାଳ ଅଞ୍ଚଳର ୨ ଜଣ ଲୋକ ଜଣେ ରୋଗୀକୁ ଧରି କଟକରୁ କାର୍‌ ଯୋଗେ ଘରକୁ ଫେରୁଥିଲେ। ମାତ୍ର ପେଜଗଳା ବ୍ରିଜ ନିକଟରେ ବିପରୀତ ଦିଗରୁ ବସ୍ତା ଷ୍ଟେସନ କୁ ଯାତ୍ରୀ ନେଇ ଯାଉଥିବା ଏକ ଅଟୋ ସହ କାର୍‌ଟି ମୁହାଁମୁହିଁ ଧକ୍କା ହୋଇଥିଲା। ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌ କାରକୁ ଜୋରରେ ଧକ୍କା ଦେଇ ରାସ୍ତା ତଳକୁ ଖସି ପଡିଥିଲା

ଏହି ଦୁର୍ଘଟଣାରେ ରୋଗୀ ସମେତ ୧୦ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ତୁରନ୍ତ ଗୁରୁତରଙ୍କୁ ଉଦ୍ଧାର କରି ୪ ଜଣକୁ ବାଲେଶ୍ୱର ଏବଂ୬ ଜଣଙ୍କୁ ବସ୍ତା ହସପିଟାଲକୁ ପଠାଇଛନ୍ତି। ଗୁରୁତରଙ୍କ ମଧ୍ୟରେ କିଛି ଶିଶୁ ଥିବା ଜଣାଯାଇଛି। ଖବର ପାଇ ବସ୍ତା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/QqOsjLD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages