ବିନା ଟଙ୍କାରେ ପଞ୍ଚ ତାରକା ହୋଟେଲରେ କରୁଥିଲେ ଅୟସ୍। ଏହାପରେ ହଜାର ହଜାର ଟଙ୍କାର ବିଲ୍ ଆସିଲେ ବଢ଼ାଇ ଦେଉଥିଲେ ଫେକ୍ କ୍ରେଡିଟ କାର୍ଡ। ଏପରି ଭାବେ ଟଙ୍କାଟେ ବି ଖର୍ଚ୍ଚ ନ କରି ୨୫ରୁ ଊର୍ଦ୍ଧ୍ୱ ବଡ଼ ବଡ଼ ହୋଟେଲକୁ ଚକମା ଦେଖାଇ ସାରିଥିବା ୨୨ ବର୍ଷୀୟ ଯୁବକଙ୍କୁ ବାନ୍ଧିଛି ପୁଲିସ୍। ତାଙ୍କ ନିକଟରୁ ପୁଲିସ୍ ଦୁଇଟି ମୋବାଇଲ ଫୋନ୍, ବହୁ ଫେକ୍ କ୍ରେଡିଟ କାର୍ଡ ଓ ବହୁ ଆଧାର କାର୍ଡ ଜବତ କରିଛି।
ଗିରଫ ଅଭିଯୁକ୍ତ ହେଲେ ଅକ୍ଷୟ ମାଗଭା । ତାଙ୍କ ଘର ରାଜସ୍ତାନରେ ବୋଲି ଜଣାଯାଇଛି। ସେ ଜୟପୁରରେ ଦ୍ୱିତୀୟ ବର୍ଷ ବିସିଏ ପଢ଼ୁଥିବା ଜଣାଯାଇଛି। । ଦିଲ୍ଲୀସ୍ଥିତ କ୍ରାଉନ ପ୍ଲାଜା ହୋଟେଲର ୬୦ ହଜାର ଟଙ୍କା ବିଲ୍ ଠକେଇ କରୁଥିବା ବେଳେ ଗତ ୮ ତାରିଖରେ ସେ ଧରା ପଡ଼ିଥିଲେ।
ପୁଲିସ୍ ସୂଚନା ଅନୁଯାୟୀ, ଅକ୍ଷୟ ବିଭିନ୍ନ ଦେଶର କ୍ରେଡିଟ କାର୍ଡକୁ ହ୍ୟାକ୍ କରିବା ସହ ଏଡିଟ କରିବା ଭଲ ଭାବେ ଜାଣିଛନ୍ତି। ସେ ୟୁ-ଟ୍ୟୁବ୍ରୁ ଏହି ବିଦ୍ୟା ହାସଲ କରିଛନ୍ତି। ସେ ନିଜର ଫେକ୍ ଆଇଡି ତିଆରି କରି ସେଥିରେ ବିଭିନ୍ନ କ୍ରେଡିର୍ଟ କାର୍ଡ ନମ୍ବର ଏଡିଟ କରି ହୋଟେଲ କର୍ତ୍ତୃପକ୍ଷଙ୍କୁ ଭୂଆଁ ବୁଲାଇଥାନ୍ତି।
ଏପରି କରି ସେ ବିନା ପଇସା ଖର୍ଚ୍ଚରେ ବହୁ ବଡ଼ ବଡ଼ ହୋଟେଲ ଯାଇ ନିଜ ସାଙ୍ଗଙ୍କ ସହ ମସ୍ତି କରିଥାନ୍ତି। ଏପରି କରି ସେ ପ୍ରାୟ ୨୫ରୁ ୩୦ ହୋଟେଲକୁ ଭୂଆଁ ବୁଲାଇ ସାରିଥିବା ବେଳେ ଏବେ ଜେଲ୍ ଚାରି କାନ୍ଥରେ ରାତି କାଟୁଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/391dfPw
No comments:
Post a Comment