ଯୁବରାଜଙ୍କ ମା’ଙ୍କୁ ବ୍ଲାକମେଲ୍‌ ଧମକ; ୪୦ ଲକ୍ଷ ମାଗି ଫସିଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 25, 2023

ଯୁବରାଜଙ୍କ ମା’ଙ୍କୁ ବ୍ଲାକମେଲ୍‌ ଧମକ; ୪୦ ଲକ୍ଷ ମାଗି ଫସିଲେ ମହିଳା

ଭାରତୀୟ ଟିମ୍‌ର ପୂର୍ବତନ ଷ୍ଟାର କ୍ରିକେଟର ଯୁବରାଜ ସିଂଙ୍କ ପରିବାରକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଯୁବରାଜ ସିଂଙ୍କ ମା’ ଶବନମ ସିଂଙ୍କୁ ଧମକ ଦେଇ ୪୦ ଲକ୍ଷ ଟଙ୍କା ମାଗିଥିବା ଜଣେ ମହିଳାଙ୍କୁ ବାନ୍ଧିଛି ଦିଲ୍ଲୀ ପୁଲିସ୍‌। ଏକ ମିଥ୍ୟା କେସ୍‌ରେ ଫସାଇବାର ଧମକ ଦେଇ ମହିଳାଜଣକ ଶବନମଙ୍କୁ ମୋଟା ଅଙ୍କର ଅର୍ଥ ମାଗିଥିଲେ। ମାତ୍ର ଟଙ୍କା ଭର୍ତ୍ତି ବ୍ୟାଗ ସହ ପୁଲିସ୍‌ ତାଙ୍କୁ କାବୁ କରିବାରେ ସଫଳ ହୋଇଛି।

ଅଭିଯୁକ୍ତ ମହିଳାଜଣକ ହେମା କୌଶିକ ଓରଫ ଡିମ୍ପି ବୋଲି ଜଣାଯାଇଛି। ଯୁବରାଜଙ୍କ ସାନ ଭାଇ ଜୋରାବର ସିଂ ମାନସିକ ଅବସାଦରେ ଆ ଆକ୍ରାନ୍ତ ଥିବାରୁ ତାଙ୍କ ଯତ୍ନ ନେବାକୁ ଡିମ୍ପିଙ୍କୁ ତାଙ୍କ ଘରେ ନିଯୁକ୍ତି ମିଳିଥିଲା। ମାତ୍ର ତାଙ୍କ ବ୍ୟବହାର ଠିକ୍‌ ନ ଲାଗିବାରୁ ପ୍ରାୟ ୧୫ ଦିନ ପରେ ଶବନମ ତାଙ୍କୁ ଚାକିରିରୁ ବାହାର କରି ଦେଇଥିଲେ।

ଏହାପରେ ଡିମ୍ପି ଶବନମଙ୍କ ନିକଟକୁ ଫୋନ୍‌ କରି ୪୦ ଲକ୍ଷ ଟଙ୍କା ନ ଦେଲେ ତାଙ୍କ ପରିବାର ଉପରେ ମିଥ୍ୟା ଆରୋପ ଲଗାଇ ଥାନାରେ ଅଭିଯୋଗ କରିବାକୁ ଧମକ ଦେଇଥିଲେ। ମାତ୍ର ଏତେ ଟଙ୍କା ସଙ୍ଗେ ସଙ୍ଗେ ଯୋଗାଡ଼ କରିବା ସମ୍ଭବପର ନୁହେଁ କହି ପ୍ରଥମେ ୫ ଲକ୍ଷ ଦେବାକୁ ରାଜି ହୋଇଥିଲେ ଶବନମ ।

ଏହାପରେ ୫ ଲକ୍ଷ ଟଙ୍କା ନେବାକୁ ଡିମ୍ପି ଶବନମଙ୍କ ଘରକୁ ଆସିଥିବା ବେଳେ ସେଠାରେ ପୂର୍ବରୁ ଲୁଚି ରହିଥିବା ପୁଲିସ୍‌ ତାଙ୍କୁ ଟଙ୍କା ସହ ମାଡ଼ି ବସିଲା। ଏହାପରେ ପୁଲିସ୍‌ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/DYBIRMe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages