ଯବାନଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 6, 2023

ଯବାନଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ

ବିଫଳ ହୋଇଛି ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ। ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି ଦୁଇ ଜଣ ଆତଙ୍କବାଦୀ। ଘଟଣା ଘଟିଛି ଜମ୍ମୁ ଓ କଶ୍ମୀରର ପୁଞ୍ଚ ଜିଲ୍ଲାର ଡେଗୱାର ସେକ୍ଟରରେ।

ରବିବାର ରାତି ପ୍ରାୟ ୨ଟା ବେଳେ କିଛି ଆତଙ୍କବାଦୀ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ପାର ହୋଇ ଦେଶ ମଧ୍ୟକୁ ପଶି ଆସିଥିବା ଯବାନମାନେ ଲକ୍ଷ୍ୟ କରିଥିଲେ। ଏହା ପରେ ସେମାନେ ସତର୍କ ହୋଇଯିବା ସହିତ ଗୁଳି କରିଥିଲେ।

ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ କିଛି ସମୟ ଗୁଳି ବିନିମୟ ହୋଇଥିଲା। ଭାରତୀୟ ସେନା ଓ କଶ୍ମୀର ପୁଲିସର ଏହି ମିଳିତ ଅପରେସନରେ ପାକିସ୍ତାନ ପଟରୁ ଭାରତ ମଧ୍ୟରେ ପ୍ରବେଶ କରିଥିବା ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ଅଞ୍ଚଳରେ ଯବାନମାନେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

ସ୍ୱାଧୀନତା ଦିବସ ଅବସରରେ ପାକିସ୍ତାନର କିଛି ଆତଙ୍କବାଦୀ ସଂଗଠନ ଜମ୍ମୁ ଓ କଶ୍ମୀରରେ ବଡ଼ଧରଣର ଆକ୍ରମଣ ଯୋଜନା କରୁଥିବା ସୂଚନା ମିଳିଛି। ସେଥିପାଇଁ ଜମ୍ମୁ ଓ କଶ୍ମୀରରେ ଉଭୟ ଏଲ୍‌ଓସି ଓ ଅନ୍ତର୍ଜାତୀୟ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଗତ ୨୪ ଘଣ୍ଟାରେ ଏହା ଥିଲା ଆତଙ୍କବାଦୀଙ୍କ ଦ୍ୱିତୀୟ ଅନୁପ୍ରବେଶ ଉଦ୍ୟମ। ଏହା ପୂର୍ବରୁ ଜମ୍ମୁ ଓ କଶ୍ମୀରର କୁପୱାଡ଼ା ଜିଲ୍ଲାରେ ଅନୁପ୍ରବେଶ ଉଦ୍ୟମ କରି ଭାରତୀୟ ସେନାର ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/2sG8Ndy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages