ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି ନୂଆ ଅତିଥି। ଗତକାଲି ନନ୍ଦନକାନ ଚିଡିଆଖାନାକୁ ଏକ ଯୋଡା ଗୋଲ୍ଡେନ୍ ହ୍ୟାଣ୍ଡେଡ୍ ଟାମାରିନ୍ ଏବଂ ସ୍କ୍ବିରେଲ୍ ମଙ୍କି ଅଣାଯାଇଛି। ଉଭୟ ପ୍ରଜାତିରୁ ଗୋଟିଏ ଲେଖାଏଁ ଯୋଡି ଚିଡିଆଖାନାରେ ଛଡାଯାଇଛି।
ହାଇଦ୍ରାବାଦରୁ ଏମାନଙ୍କୁ ଅଣାଯାଇଥିବା ବେଳେ ଆସନ୍ତା ୧ ମାସ ପର୍ଯ୍ୟନ୍ତ କ୍ୱାରେଣ୍ଟିନରେ ରଖାଯିବ। ତା’ ପରେ ଖୁଆଡ ଭିତରକୁ ଛଡାଯିବ। ତେବେ ଉଭୟ ଗୋଲଡେନ୍ ହ୍ୟାଣ୍ଡେନ୍ ଟାମାରିନ ଏବଂ ସ୍କ୍ବିରେଲ୍ ମଙ୍କି ହାତର ପାପୁଲି ଅଂଶ ସୁନେଲି ରଙ୍ଗର ହୋଇଥିବାରୁ ଏମାନେ ବେଶ୍ ସୁନ୍ଦର ଦେଖାଯାଉଛନ୍ତି।
ଚଳିତ ବର୍ଷ ନନ୍ଦନକାନନକୁ ଆହୁରି ଅଧିକ ପଶୁପକ୍ଷୀଙ୍କୁ ଅଣାଯିବାର ଲକ୍ଷ୍ୟ ରହିଛି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।
ସୂଚନାଯୋଗ୍ୟ, ଜୁଲାଇ ମାସରେ ନନ୍ଦନକାନନକୁ ନୂଆ ଅତିଥି ଆସିଥିଲେ। ଅରୁଣାଚଳ ପ୍ରଦେଶ ଇଟାନଗର ପ୍ରାଣୀ ଉଦ୍ୟାନରୁ ଅଦଳ ବଦଳ ପ୍ରକ୍ରିୟାରେ ୨ଟି ହୁଲକ୍ ଗିବନ ଏବଂ ୨ଟି ଲିଓପାର୍ଡ କ୍ୟାଟଙ୍କୁ ଅଣାଯାଇଥିଲା। ନନ୍ଦନକାନନରୁ ବାଘ ରକି, ବାଘୁଣୀ ସୋହିନୀ ଏବଂ ଦୁଇଟି ଘଡ଼ିଆଳ କୁମ୍ଭୀର ବଦଳରେ ୨ଟି ହୁଲକ୍ ଗିବନ ଓ ଦୁଇଟି ଲିଓପାର୍ଡ କ୍ୟାଟ୍ ନନ୍ଦନକାନନ ଆସିଥିଲେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/73urocA
No comments:
Post a Comment