ସାବଧାନ୍ ! ଏଣିକି ଗାଈଗୋରୁଙ୍କୁ ବାହାରେ ଛାଡ଼ିଲେ ଉଠାଇ ନେବ ବିଏମସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 11, 2023

ସାବଧାନ୍ ! ଏଣିକି ଗାଈଗୋରୁଙ୍କୁ ବାହାରେ ଛାଡ଼ିଲେ ଉଠାଇ ନେବ ବିଏମସି

ରାଜଧାନୀ ରାଜରାସ୍ତାରେ ବୁଲା ଗାଈଗୋରୁଙ୍କୁ ମୁକ୍ତ ବିଚରଣ ରୋକିବାକୁ ବିଏମସି ନୂଆ ଗାଇଡଲାଇନ୍ ଜାରି କରିଛି। ଏଣିକି ଗାଈଗୋରୁଙ୍କୁ ରାସ୍ତା କିମ୍ବା ଏଣେତେଣେ ଛାଡ଼ିପାରିବେନି ମାଲିକ। ଯଦି ଛାଡ଼ିବେ, ତେବେ ବିଏମସି ଗାଈଗୋରୁଙ୍କୁ ଗୋଶାଳାକୁ ଉଠାଇ ନେବ। ଆଉ ଯେଉଁ ମାଲିକ ସେମାନଙ୍କ ଗାଈ ବୋଲି ଦାବି କରିବେ, ସେମାନଙ୍କ ବିରୋଧରେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଗତକାଲି ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା।  ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା। ବୁଲା ଗାଈଗୋରୁଙ୍କ ପାଇଁ ସହରରେ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହେଉଛି। ଏହାସହ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ରୋକିବା ଲାଗି ଏଭଳି ପଦକ୍ଷେପ ନେବାକୁ ଯାଉଛି ବିଏମସି।

ବୈଠକରେ ବିଏମସି କର୍ତ୍ତୃପକ୍ଷ ଏହି ଯୋଜନା କାର୍ଯ୍ୟକାରୀ କରିବା ଲାଗି ବ୍ରହ୍ମଗିରି, ଜଟଣୀ ଓ ବେଗୁନିଆ ଆଦି ସ୍ଥାନରେ ଥିବା ଗୋଶାଳା କର୍ମକର୍ତ୍ତାଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Jjb5FOC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages