ନିଶା ସ୍ପ୍ରେ କରି ମାଛ ବ୍ୟବସାୟୀଙ୍କ ଠାରୁ ଟଙ୍କା ଓ ମୋବାଇଲ ଲୁଟି ନେଲେ ଲୁଟେରା। ଘଟଣା ଘଟିଛି କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୁଳିଆ ଗେଟ ନିକଟରେ।
ଦମ୍ପତି ପବିତ୍ର ବେହେରା ଓ ପତ୍ନୀ ସୁଷମା ବେହେରା ପ୍ରତିଦିନ ତ୍ରିଶୁଳିଆ ଗେଟ ନିକଟରେ ମାଛ ବିକ୍ରି କରନ୍ତି। ଗତକାଲି ମଧ୍ୟ ମାଛ ବିକ୍ରି କରୁଥିଲେ। ସକାଳେ ଦୁଇ ଜଣ ବ୍ୟକ୍ତି ବାଇକ୍ରେ ଆସି ସେଠାରେ ଓହ୍ଲାଇ ଚିଙ୍ଗୁଡି ମାଛ ଦେବାପାଇଁ ସେମାନଙ୍କୁ କହିଥିଲେ। ଦମ୍ପତି ଚିଙ୍ଗୁଡି ମାଛ ଓଜନ କରିବା ଦେବା ବେଳେ ଦୁଇ ଲୁଟେରା ସେମାନଙ୍କ ଉପରକୁ ନିଶା ସ୍ପ୍ରେ କରି ଦେଇଥିଲେ।
ଉଭୟ ଦମ୍ପତି ଅଚେତ ହୋଇ ପଡ଼ିଯିବା ପରେ ଲୁଟେରାମାନେ ସେମାନଙ୍କ ଠାରୁ ଟଙ୍କା ଓ ମୋବାଇଲ ନେଇ ସେଠାରୁ ଚମ୍ପଟ ମାରିଥିଲେ। ପବିତ୍ର ଓ ତାଙ୍କ ସ୍ତ୍ରୀ ଅଚେତ ହୋଇପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ବାରଙ୍ଗ ପୁଲିସକୁ ଖବର ଦେଇଥିଲେ। ବାରଙ୍ଗ ପୁଲିସ ପହଞ୍ଚି ଉଭୟ ଦମ୍ପତିଙ୍କୁ ଉଦ୍ଧାର କରି କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/avtwRg3
No comments:
Post a Comment