ଆନ୍ଧ୍ରର ପୂର୍ବତନ ସରପଞ୍ଚଙ୍କ ଦାଦାଗିରି;ପଟ୍ଟାଙ୍ଗି ମେଡିକାଲରୁ ମୃତଦେହ ନେଇ ପଳାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 24, 2023

ଆନ୍ଧ୍ରର ପୂର୍ବତନ ସରପଞ୍ଚଙ୍କ ଦାଦାଗିରି;ପଟ୍ଟାଙ୍ଗି ମେଡିକାଲରୁ ମୃତଦେହ ନେଇ ପଳାଇଲେ

ଆନ୍ଧ୍ରର ପୂର୍ବତନ ସରପଞ୍ଚ ଦାଦାଗିରି। ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭିତରୁ ଜୋର ଜବରଦସ୍ତ ପଶି ମୃତଦେହ ଉଠାଇ ନେଲେ। ଏହାସହ ଓଡ଼ିଶା ବିରୋଧୀ ନାରା ଦେବା ସହ ଖୁଲମଖୁଲା ସରକାରଙ୍କ ବ୍ୟବସ୍ଥାକୁ ବିରୋଧ କରିଥିଲେ।  ଘଟଣା ଘଟିଛି କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତରେ। 

ସୂଚନା ଅନୁସାରେ, କୋଟିଆ ପଞ୍ଚାୟତ ଉପର ଗଞ୍ଜେଇପଦର ଗାଁର ବିଶ୍ୱନାଥ ଗେମେଲଙ୍କର ଗତକାଲି ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ବିଶ୍ୱନାଥ ଆନ୍ଧ୍ରର ପୂର୍ବତନ ସରପଞ୍ଚ ବିଶୁ ଗେମେଲଙ୍କ ସମ୍ପର୍କୀୟ। ଦୁର୍ଘଟଣା ପରେ ବିଶ୍ୱନାଥଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପୁଲିସ ଉପସ୍ଥିତିରେ ମଧ୍ୟ ଶବ ବ୍ୟବଚ୍ଛେଦ କରାଯାଇଥିଲା।

ତେବେ ମୃତଦେହ ନେବାକୁ ମେଡିକାଲ ପକ୍ଷରୁ ଆମ୍ବୁଲାନ୍ସ ସେବା ଦେବାରେ ଟିକେ ବିଳମ୍ବ ହୋଇଯାଇଥିଲା। ଏଥିରେ ଉତ୍ୟକ୍ତ ହୋଇପଡିଥିଲେ ଆନ୍ଧ୍ରର ପୂର୍ବତନ ସରପଞ୍ଚ। ପରେ ସେ ଓଡ଼ିଶା ବିରୋଧୀ ନାରା ଦେଇ ନିଜ ମୋଟର ସାଇକେଲରେ ଜୋର ଜବରଦସ୍ତ ମୃତଦେହ ଡାକ୍ତରଖାନାରୁ  ନେଇ ଯାଇଥିଲେ। ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ମୃତଦେହ ନେଇଯିବା ପରେ ପଟାଙ୍ଗି ପୁଲିସ ଓ ସ୍ଥାନୀୟ ବିଡ଼ିଓ ମୃତ ବିଶ୍ୱନାଥଙ୍କ ଘରେ ପହଞ୍ଚିଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ତାଙ୍କୁ ପରିବାରକୁ ୨୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କର କୌଣସି ପତିକ୍ରିୟା ମିଳିନାହିଁ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/MjdIRW4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages