ସମାଲୋଚକଙ୍କୁ ଶରଦ ପାୱାରଙ୍କ କଡ଼ା ଜବାବ, କହିଲେ- ଅଜିତ ମୋ’ ପୁତୁରା... - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 13, 2023

ସମାଲୋଚକଙ୍କୁ ଶରଦ ପାୱାରଙ୍କ କଡ଼ା ଜବାବ, କହିଲେ- ଅଜିତ ମୋ’ ପୁତୁରା...

ଏନ୍‌ସିପି ମୁଖ୍ୟ ଶରଦ ପାୱାର ଓ ତାଙ୍କ ପୁତୁରା ତଥା ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମଧ୍ୟରେ ଶନିବାର ସନ୍ଧ୍ୟାରେ ପୁଣେରେ ଏକ ଗୁପ୍ତ ବୈଠକ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏନେଇ ପାଟି ଫିଟାଇଛନ୍ତି ଶରଦ ପାୱାର। ସମାଲୋଚକଙ୍କୁ କଡ଼ା ଜବାବ ଦେଇ ଶରଦ ପାୱାର କହିଛନ୍ତି, ମୋ’ ପୁତୁରାକୁ ସାକ୍ଷାତ କରିବାରେ ଅସୁବିଧା କ’ଣ । ମୁଁ କ’ଣ ମୋ’ ପରିବାର ସଦସ୍ୟଙ୍କୁ ଭେଟି ପାରିବିନି ବୋଲି ସେ ପଚାରିଛନ୍ତି।

ଶରଦ ପାୱାରଙ୍କ ଶିବିର ଛାଡ଼ି ଅଜିତ ପାୱାର ଗତ ଜୁଲାଇରେ କିଛି ବିଧାୟକଙ୍କ ସହ ଶିବସେନା- ବିଜେପି ମେଣ୍ଟରେ ସାମିଲ ହୋଇଥିଲେ। ଏହା ପରଠୁ ଦାଦା- ପୁତୁରା ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ହେଲେ ଗତ ଶନିବାର ଉଭୟଙ୍କ ମଧ୍ୟରେ ହୋଇଥିବା ଗୁପ୍ତ ବୈଠକକୁ ନେଇ ରାଜନୈତିକ ମହଲରେ ଜୋରସୋରରେ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ଏହାର ଜବାବ ଦେବାକୁ ଯାଇ ଶରଦ ପାୱାର କହିଛନ୍ତି, ସେ ମୋ’ ପୁତୁରା । ତାଙ୍କୁ ସାକ୍ଷାତ କରିବାରେ ଅସୁବିଧା କେଉଁଠି ରହିଲା। ଏଥିସହ ଯଦି ପରିବାରର ଜଣେ ବୟସ୍କ ସଦସ୍ୟ ଆଉ ଜଣେ ସଦସ୍ୟଙ୍କୁ ସାକ୍ଷାତ କରିବାକୁ ଚାହାନ୍ତି, ତା’ ହେଲେ ସେଥିରେ ଏତେ ଆଲୋଚନା କାହିଁକି ହେଉଛି ବୋଲି ସେ ପ୍ରଶ୍ନ ପଚାରିଛନ୍ତି ।

ଏହାବାଦ ସେ ବିଜେପି ସହ ମିଶିବା ଗୁଜବକୁ ଖଣ୍ଡନ କରି କହିଛନ୍ତି, ଏନସିପିର ଜାତୀୟ ସଭାପତି ଭାବେ ମୁଁ ସ୍ପଷ୍ଟ କରୁଛି ଯେ ମୋ’ ଦଳ (ଏନସିପି) ବିଜେପି ସହିତ କଦାପି ମିଶିବ ନାହିଁ। ଭାରତୀୟ ଜନତା ପାର୍ଟିର କୌଣସି ନୀତି ସହ ଏନସିପି ନୀତି ମେଳ ଖାଉ ନାହିଁ । ତଥାପି ଶୁଭେଚ୍ଛୁମାନେ ମୋତେ ବିଜେପିରେ ମିଶାଇବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ଭାରତୀୟ ଜନତା ପାର୍ଟି ସହ କଦାପି ସମନ୍ୱୟ ରକ୍ଷା କରିବି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ଉଭୟ ଶରଦ ପାୱାର ଓ ଅଜିତ ପାୱାର ଭିନ୍ନ ଭିନ୍ନ କାମ ପାଇଁ ଗତ ଶନିବାର ପୁଣେ ଯାଇଥିଲେ। ତେବେ ପୁଣେର ଜଣେ ବ୍ୟବସାୟୀଙ୍କ ଘରେ ଦୁହେଁ ଏକାଠି ହୋଇଥିଲେ। ପ୍ରାୟ ୨ ଘଣ୍ଟା ଧରି ସେମାନଙ୍କ ମଧ୍ୟରେ ବୈଠକ ହୋଇଥିଲା। ଏହାପରେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/EZYxXKb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages