ରାଖୀ ପୂର୍ଣ୍ଣିମା: ଜାଣନ୍ତୁ ପ୍ରଥା-ପରମ୍ପରା-ପୁରାଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 29, 2023

ରାଖୀ ପୂର୍ଣ୍ଣିମା: ଜାଣନ୍ତୁ ପ୍ରଥା-ପରମ୍ପରା-ପୁରାଣ

ଆଜି ହିନ୍ଦୁ ସଂସ୍କୃତିର ଆଉ ଏକ ମହତ୍ୱପୂର୍ଣ୍ଣ ପର୍ବ ରକ୍ଷା ବନ୍ଧନ। ଏହାକୁ ଗହ୍ମା ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ। ଭାଇ-ଭଉଣୀଙ୍କ ସମ୍ପର୍କରେ ନିବିଡ଼ତା ଭରେ ଏହି ପର୍ବ। ଏହି ଦିନ ଭଉଣୀ, ଭାଇ ହାତରେ ରାଖୀ ବାନ୍ଧି ଉଜ୍ୱ୍ୱଳ ଭବିଷ୍ୟତର କାମନା କରେ। ବଦଳରେ ଭାଇ ମଧ୍ୟ ଭଉଣୀର ରକ୍ଷା କବଚ ସାଜିବ ବୋଲି ସଂକଳ୍ପ ନେଇଥାଏ। ସୂତା ଖିଅଟିରେ ତିଆରି ହୋଇଥିବା ଏହି ରାଖୀରେ ଭରି ରହିଛି ସ୍ନେହ, ସରାଗ, ଆବେଗ ଆଉ କର୍ତ୍ତବ୍ୟ ନିଷ୍ଠା। ଏହି କର୍ତ୍ତବ୍ୟ ନିଷ୍ଠା ସେଦିନ କୁରୁସଭାରେ ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ।

ପୁରାଣ ଓ କିମ୍ବଦନ୍ତୀ

ଏକଦା ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ସମୟରେ ସଖା ଶ୍ରୀକୃଷ୍ଣଙ୍କର ହାତ କଟିଯାଏ ତ ଦ୍ରୌପଦୀ ସାଙ୍ଗେ ସାଙ୍ଗେ ନିଜ ଶାଢୀ କାନିକୁ ଚିରି ଶ୍ରୀକୃଷ୍ଣଙ୍କ ହାତରେ ବାନ୍ଧି ଦିଅନ୍ତି। ଆଉ ରକ୍ତ ପ୍ରବାହ ବନ୍ଦ ହୋଇଯାଏ। ସେଦିନ ଦ୍ରୌପଦୀଙ୍କ ମଧ୍ୟରେ ଭଉଣୀର ସରାଗ ପାଇଥିଲେ କୃଷ୍ଣ। ଆଉ ଦିନେନା ଦିନେ ତାଙ୍କର ଏହି ଉପକାରର ପ୍ରାପ୍ୟ ଦେବେ ଏବଂ ଭଉଣୀର ମାନ ରକ୍ଷା କରିବେ ବୋଲି ସଂକଳ୍ପ କରିଥିଲେ। ସତକୁ ସତ କୁରୁସଭାରେ ପଞ୍ଚୁ ପାଣ୍ଡବ ପଶା ଖେଳରେ ହାରିବା ପରେ ସର୍ତ୍ତ ଅନୁସାରେ ଯେତେବେଳେ ଦୁଃଶାସନ ଦୌପ୍ରଦୀଙ୍କ ବସ୍ତ୍ର ଉତାରିବାକୁ ଚେଷ୍ଟା କରିଥିଲା ସେତେବେଳ ପ୍ରଭୁ ଶ୍ରୀକୃଷ୍ଣ ଶୂନ୍ୟରୁ ଦ୍ରୋପଦୀଙ୍କୁ କୋଟି କୋଟି ବସ୍ତ୍ର ଦେଇ ମାନ ରକ୍ଷା କରିଥିଲେ।

ସେହିପରି ମା’ ଲକ୍ଷ୍ମୀଙ୍କର ଭାଇ ହୋଇଥିଲେ ବଳି ରାଜା। ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ପରମ ଭକ୍ତ ଥିଲେ। ତାଙ୍କ ଉପରେ ବିପଦ ଥିବା ଜାଣି ଭଗବାନ ବୈକୁଣ୍ଠ ଛାଡ଼ି ବଳିଙ୍କ ରାଜପ୍ରସାଦରେ ରହିବାକୁ ଲାଗିଲେ। ମାତ୍ର ଲକ୍ଷ୍ମୀ ସାଆନ୍ତାଣି ଏହା ଚାହୁଁନଥିଲେ। ତେଣୁ ସେ ମର୍ତ୍ତ୍ୟକୁ ବ୍ରାହ୍ମଣୀ ବେଶରେ ଆସି ଶ୍ରାବଣ ପୂର୍ଣ୍ଣିମା ଅବସରରେ ରାଜା ବଳିଙ୍କ ହାତରେ ରାଖୀ ବାନ୍ଧି ଭାଇ କରିଥିଲେ। ଏହାପରେ ଜଣେ ଭାଇ ହିସାବରେ ଲକ୍ଷ୍ମୀଙ୍କ କଥା ବୁଝିବା ବଳିଙ୍କର କର୍ତ୍ତ୍ୟବ୍ୟ ଥିଲା। ଲକ୍ଷ୍ମୀ କଣ ଚାହୁଁଛନ୍ତି ଜାଣିବା ପରେ ସେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବାକୁ ଅନୁରୋଧ କରିଥିଲେ।  

କେବେ ପାଳନ ହୁଏ ରାଖୀ ପୂର୍ଣ୍ଣିମା
ଶ୍ରାବଣ ମାସ ପୂର୍ଣ୍ଣମୀକୁ ରାଖୀ ପୂର୍ଣ୍ଣିମା କୁହଯାଏ। ବ୍ରାହ୍ମଣ ଶାସନରେ ରାଖୀ ପୂର୍ଣ୍ଣିମାକୁ ଶ୍ରାବଣୀ ବେଦ ଉପାକର୍ମ ମଧ୍ୟ କୁହାଯାଏ। ବ୍ରାହ୍ମଣମାନେ ଏହିଦିନ ପବିତ୍ର ବୁଡ଼ ପକାଇ ଶ୍ଲୋକ ଉଚ୍ଚାରଣ ସହ ଯଜ୍ଞୋପବୀତ ଧାରଣ କରିଥାନ୍ତି। ଏହାକୁ ବ୍ରହ୍ମଯଜ୍ଞ ବୋଲି ମଧ୍ୟ କୁହାଯାଏ।

ଆଉ କେଉଁ ସବୁ ପର୍ବ ପାଳନ ହୁଏ
ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥି ଭାବେ ମଧ୍ୟ ପାଳନ କରାଯାଏ। ହଳମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ମଧ୍ୟ ପୂଜା କରାଯାଏ। ଗାଈଙ୍କୁ ଗାଧୋଇ ତାଙ୍କ ଶିଙ୍ଗରେ ରାଖୀ ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି। ବ୍ରାହ୍ମଣମାନେ ଏହି ଦିନ ମନ୍ତୁରା ପଇତା ମଧ୍ୟ ପ୍ରଦାନ କରିଥାନ୍ତି, ଏହି ପଇତା ପିନ୍ଧିଲେ ବ୍ରହ୍ମରାକ୍ଷସ କବଳରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/dMqR78C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages