ଏନସିପି ବିରୋଧରେ ବିଦ୍ରୋହ ଘୋଷଣା କରି ରାଜ୍ୟର କ୍ଷମତାସୀନ ବିଜେପି ସରକାରକୁ ଅଜିତ ପାୱାର ସମର୍ଥନ କରିଥିବା ଘଟଣାକୁ ଦୀର୍ଘ ଦିନ ବିତି ଗଲାଣି। ମାତ୍ର ଏବେ ଶରଦ ପାୱାର ଖୋଲିଛନ୍ତି ଗୁମର। କାହିଁକି ଅଜିତ ପାୱାର ଏନସିପି ଶିବିର ଛାଡ଼ିଛନ୍ତି ତାହାର ଖୁଲାସା କରିଛନ୍ତି ଦାଦା ଶରଦ ପାୱାର ।
ଗତକାଲି ପୁଣେରେ ଆୟୋଜିତ ଏକ ମିଟିଂରେ ଶରଦ ପାୱାର କହିଛନ୍ତି, ଗତ କିଛି ମାସ ମଧ୍ୟରେ ଦଳରେ ବହୁତ କିଛି ପରିବର୍ତ୍ତନ ହୋଇଛି। ଦଳର ବହୁ ସଦସ୍ୟ ଆମକୁ ଛାଡ଼ି ଚାଲି ଯାଇଛନ୍ତି। ରାଜ୍ୟର ବିକାଶ ଦ୍ୱାହି ଦେଇ ଅଜିତ ପାୱାର ବିଜେପି ଶିବିରରେ ମିଶି ସାରିଛନ୍ତି। ମାତ୍ର ଏହି ବାହାନା ସମ୍ପୂର୍ଣ୍ଣ ମିଥ୍ୟା। କାରଣ ଅଜିତଙ୍କୁ ଘାରୁଥିଲା ଇଡି ଭୟ ।
କେନ୍ଦ୍ର ଅଜିତ ଓ ତାଙ୍କ ସମର୍ଥକଙ୍କ ନାଁରେ ଇଡି ତଦନ୍ତ କରିବାକୁ ସମନ ଜାରି କରିବାରୁ ସେମାନେ ଭୟରେ ବିଜେପିକୁ ଚାଲି ଯାଇଥିବା କହିଛନ୍ତି ଶରଦ ପାୱାର। ଏଥିନିମନ୍ତେ ସେ ରାଜ୍ୟର ବିକାଶ ଦ୍ୱାହି ଦେଇଥିଲେ । ମାତ୍ର ସେ ଯିବାର କିଛି ଦିନ ମଧ୍ୟରେ ରାଜ୍ୟର ବିକାଶରେ ସେପରି କିଛି ଆଖି ଦୃଶିଆ ପରିବର୍ତ୍ତନ ଦେଖା ଯାଇ ନାହିଁ। ରାଜ୍ୟରେ ଏବେବି ବେରୋଜଗାରୀ, ଚାଷୀ ସସମ୍ୟା ଆଦି ଲାଗି ରହିଛି। ତେଣୁ ଏହା ସମ୍ପୂର୍ଣ୍ଣ ମିଥ୍ୟା। ଅଜିତ ନିଜ ସ୍ୱାର୍ଥ ପାଇଁ ବିଜେପି ସହ ମେଣ୍ଟ କରିଛନ୍ତି।
ଏଥିସହ ସେ କହିଛନ୍ତି, ମହାରାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ଅନିଲ ଦେଶମୁଖ ଗତ ୧୪ ମାସ ହେଲା ଜେଲ୍ରେ ଅଛନ୍ତି। ତାଙ୍କୁ ବି ଦଳ ଛାଡ଼ିବାକୁ ଧମକ ଦିଆଯାଇଥିଲା । ମାତ୍ର ସେ ଦଳ ପ୍ରତି ଅନୁଗତ ରହିବା ସହ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ହେଲେ ଅଜିତଙ୍କୁ ଗିରଫଦାରୀ ଭୟ ଘାରିଲା।
ଏହା ପୂର୍ବରୁ ଗତ ୧୨ ତାରିଖରେ ପୁଣେର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଉଭୟ ଶରଦ ପାୱାର ଓ ଅଜିତ ପାୱାରଙ୍କ ମଧ୍ୟରେ ବୈଠକ ବସିଥିଲା। ଏହାକୁ ନେଇ ରାଜନୈତିକ ଆଲୋଚନା ସରଗରମ ହୋଇଥିଲା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/bcP5LlD
No comments:
Post a Comment