ପୋଲରେ ଓହଳି ପୁଲିସକୁ କଲ୍, ଉପସ୍ଥିତ ବୁଦ୍ଧି ଖଟାଇ ବଞ୍ଚାଇଲେ ଜୀବନ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 7, 2023

ପୋଲରେ ଓହଳି ପୁଲିସକୁ କଲ୍, ଉପସ୍ଥିତ ବୁଦ୍ଧି ଖଟାଇ ବଞ୍ଚାଇଲେ ଜୀବନ  

13 ବର୍ଷର ଝିଅର ଉପସ୍ଥିତ ବୁଦ୍ଧି ତାଙ୍କ ଜୀବନ ବଞ୍ଚାଇ ଦେଇଛି। କେବଳ ଜୀବନ ବଞ୍ଚାଇନି ଅଭିଯୁକ୍ତର କଳା କାରାନାମର ପର୍ଦ୍ଦାଫାସ୍ କରିବାରେ ମଧ୍ୟ ପୁଲିସକୁ ସାହାଯ୍ୟ କରିଛି। ସମ୍ପୃକ୍ତ ନାବାଳିକାଙ୍କ ମାଆଙ୍କ ଲିଭ୍-ଇନ୍ ପାର୍ଟନର୍ ତାଙ୍କୁ ପୋଲକୁ ଠେଲି ଦେଇଥିବା ବେଳେ ସେ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଜୀବନ ରକ୍ଷା କରିଦେଇଛନ୍ତି। ଅଭିଯୁକ୍ତ ଜଣକ ପୋଲକୁ ଠେଲି ଦେବା ପରେ ସେ ଏକ ପାଇପକୁ ଧରି ଓହଳି ପଡିଥିଲେ, ପରେ ପକେଟରୁ ମୋବାଇଲ୍ ବାହାର କରି ହେଲ୍ପ ଲାଇନ୍ ନଂ 100କୁ ଡାଏଲ୍ କରି ଜୀବନ ରକ୍ଷା କରିଦେଇଛନ୍ତି।  

ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଘଟିଛି ଏହି ଘଟଣା। ସୂଚନା ଅନୁସାରେ, ରବିବାର(ଅଗଷ୍ଟ 6) ସକାଳେ କୀରଥାନାଙ୍କ ମାଆଙ୍କ ଲିଭ୍-ଇନ୍ ପାର୍ଟନର୍ ଉଲଭା ସୁରେଶ ତାଙ୍କ ମାଆ ଏବଂ ଭଉଣୀ ଜେର୍ସି(1)ଙ୍କୁ କେଉଁଆଡେ ବୁଲାଇବାକୁ ନେଉଥିଲା। ଏହି ସମୟରେ ଗୋଦାବରୀ ନଦୀ ପୋଲ ଉପରେ ଗାଡି ରଖି ସେଲ୍ଫି ନେବା ବାହାନାରେ 3 ଜଣଙ୍କୁ ପୋଲ ତଳକୁ ଠେଲି ଦେଇଥିଲେ। ମାଆ ପୁପ୍ପଲା ଏବଂ ଭଉଣୀ ଜେର୍ସି ନଦୀକୁ ଖସିପଡି ଥିବାବେଳେ ସୌଭାଗ୍ୟବଶତଃ ସେ ଏକ ପ୍ଲାଷ୍ଟିକ ପାଇପକୁ ଧରି ପକାଇଥିଲେ। 

ଏହାପରେ ସେ କୌଶଳକ୍ରମେ ପକେଟରୁ ମୋବାଇଲ୍ ବାହାର କରି ପୁଲିସକୁ କଲ୍ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାଜମାର୍ଗ ମୋବାଇଲ୍ କର୍ମୀଙ୍କ ସହାୟତାରେ କୀରଥାନାଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ହେବା ପରେ ସେ ପୁଲିସକୁ ପୂରା ଘଟଣା ବାବଦରେ କହିଛନ୍ତି। ଅନ୍ୟପଟେ ପୁଲିସ୍ ଦୁଇଟି ଟିମ୍ ଗଠନ କରି ନିଖୋଜ ମାଆ ଓ ଝିଅକୁ ଉଦ୍ଧାର କରିବାକୁ ଉଦ୍ୟମ କରୁଥିବା ବେଳେ ଅଭିଯୁକ୍ତକୁ ଖୋଜାଖୋଜି କରୁଛି। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/koYX41R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages