ସୁଧାରଗୃହ ଶୌଚାଳୟରୁ ନାବାଳକର ଝୁଲନ୍ତା ମୃତଦେହ କରାଯାଇଛି। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣାରେ ଥିବା ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ଦ୍ଵାରା ପରି ଚାଳିତ ନାବାଳକଙ୍କ ପର୍ଯ୍ୟବେକ୍ଷଣ ଓ ସ୍ଵତନ୍ତ୍ର ଗୃହରେ। ମୃତ ନାବାଳକଙ୍କ ଘର ନବରଙ୍ଗପୁର ଜିଲ୍ଲାର ବୋଲି ଜଣାପଡ଼ିଛି।।
ନାବାଳକ ଜଣକ ଦୁଷ୍କର୍ମ ଘଟଣାରେ ଦୋଷୀ ସ୍ୟାବସ୍ତ ହୋଇଥିଲେ। ଚଳିତ ମାସ ୧୨ ତାରିଖ ଦିନଠାରୁ ସେ ସୁଧାର ଗୃହରେ ରହି ଆସୁଥିଲେ।
ଗତକାଲି ରାତିରେ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ନାବାଳକଙ୍କ କିପରି ମୃତ୍ୟୁ ଘଟିଲା ତାର କାରଣ ଜଣାପଡ଼ି ନାହିଁ।
ନାବାଳକଙ୍କ ମୃତ୍ୟୁ ପରେ ସୁଧାରଗୃହର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପଠାଇଛି ଓ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/aEtgsZr
No comments:
Post a Comment