ଶାଢୀ ପିନ୍ଧାଇବାକୁ କହି ବାନ୍ଧବୀ କଲା ବିଶ୍ୱାସଘାତକତା, ଜୀବନ ହାରିଲେ ଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 15, 2023

ଶାଢୀ ପିନ୍ଧାଇବାକୁ କହି ବାନ୍ଧବୀ କଲା ବିଶ୍ୱାସଘାତକତା, ଜୀବନ ହାରିଲେ ଛାତ୍ରୀ

ବିଶ୍ୱାସରେ ବିଷ ଦେଲା ବାନ୍ଧବୀ । ଯିଏ ସବୁଠୁ ଅଧିକ ବିଶ୍ୱାସ କରୁଥିଲା, ତା’ ସହ ବିଶ୍ୱାସଘାତକତା କରିବାକୁ ପଛାଇଲା ନାହିଁ। ଶାଢୀ ପିନ୍ଧାଇ ଦେବା  ଆଳ କରି ବାନ୍ଧବୀର ଫଟୋ ଉଠାଇ ନିଜ ପୁରୁଷ ବନ୍ଧୁଙ୍କୁ ପଠାଇ ବ୍ଲାକେମେଲ୍‌ କରିବାକୁ ପଛାଇଲା ନାହିଁ। ନିଜ ବାନ୍ଧବୀର ଏପରି ବିଶ୍ୱାସଘାତକତାକୁ ସେ ସହଜେ ଗ୍ରହଣ କରି ପାରିଲେନି। ଏପରିକି ବାରମ୍ବାର ମାନସିକ ନିର୍ଯାତନା ଅସହ୍ୟ ହେବାରୁ ଜୀବନ ହାରିଦେଲେ ପୀଡ଼ିତା ଯୁବତୀ ଜଣକ। ଏପରି ଏକ ଚାଞ୍ଚଲ୍ୟକର ଘଟଣା କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳରେ ଘଟିଛି।

ଅଭିଯୋଗ ଅନୁଯାୟୀ, ମୃତ ଯୁବତୀଜଣକ ଯୁକ୍ତ ତିନି ବିଜ୍ଞାନର ଛାତ୍ରୀ ଥିଲେ। ଯାଜପୁର ଜିଲ୍ଲା ଗଡ଼ମଧୁପୁରର ଅଞ୍ଚଳର ଜଣେ ଯୁବତୀ ନିଜ ନିଜ ସଂପର୍କୀୟଙ୍କ ଘରକୁ ଯାଇଥିବା ବେଳେ ଏହି ଛାତ୍ରୀଙ୍କ ସହ ତାଙ୍କର ଚିହ୍ନା ପରିଚୟ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା।

ଇତି ମଧ୍ୟରେ ସଂପୃକ୍ତ ଛାତ୍ରୀଙ୍କ ବିବାହ ପ୍ରସ୍ତାବ ନେଇ କିଛି ବ୍ୟକ୍ତି ଆସି ତାଙ୍କୁ ଦେଖିବାକୁ ଘରକୁ ଆସିଥିଲେ। ଉକ୍ତ ସମୟରେ ଲୁଗା ପିନ୍ଧାଇ ଦେବାକୁ କହି ବାନ୍ଧବୀଜଣକ ତାଙ୍କର କିଛି ଆପତ୍ତିଜନକ ଫଟୋ ଉଠାଇ ଦେଇଥିଲେ।

ପରବୀର୍ତ୍ତ ସମୟରେ ସେହି ଫଟୋଗୁଡ଼ିକୁ ସେ ନିଜ ପୁରୁଷ ବନ୍ଧୁ ସମେତ ଏକାଧିକ ବ୍ୟକ୍ତିଙ୍କୁ ପଠାଇଦେଇଥିଲା। ଏହି ଫଟୋକୁ ଦେଖାଇ କିଛି ଯୁବକ ବିଭିନ୍ନ ସମୟରେ ସଂପୃକ୍ତ ଯୁବତୀଙ୍କୁ ବ୍ଲାକମେଲ୍ କରିବା ସହ ଟଙ୍କା ଦାବି କରିଆସୁଥିଲେ । ଏପରିକି ଶାରିରୀକ ସମ୍ପର୍କ ରଖିବାକୁ ବି ଧମକ ଦେଉଥିଲେ। ଏଭଳି ଜୁଲମ୍ ସହିନପାରି ଶେଷରେ ଯୁବତୀ ଜଣକ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ଏ ସଂପର୍କରେ ମାହାଙ୍ଗା ଥାନାରେ ଏତଲା ହେବା ପରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଯୁବତୀ ସମେତ ୭ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ଏନେଇ ପୁଲିସ କିମ୍ବା ଅଭିଯୁକ୍ତ ଯୁବତୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/YpyMToU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages