‘ଗଦ୍ଦର-୨’ ଚାଲିଥିବା ବେଳେ ହଲ୍‌ରେ ଶୁଭିଲା ‘ପାକିସ୍ତାନ ଜିନ୍ଦାବାଦ’; ନିଧୂର୍ମ ଛେଚିଲେ ଦର୍ଶକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 14, 2023

‘ଗଦ୍ଦର-୨’ ଚାଲିଥିବା ବେଳେ ହଲ୍‌ରେ ଶୁଭିଲା ‘ପାକିସ୍ତାନ ଜିନ୍ଦାବାଦ’; ନିଧୂର୍ମ ଛେଚିଲେ ଦର୍ଶକ

ଦେଶ ପ୍ରେମରେ ଭରପୂର ଫିଲ୍ମ ‘ଗଦ୍ଦର-୨’ ଏବେ ସମଗ୍ର ଦେଶରେ ସୁପରହିଟ୍‌ ହୋଇ ସାରିଥିବା ବେଳେ ଏହାକୁ ଦେଖିବାକୁ ସିନେମା ହଲ୍‌ରେ ଜମୁଛି ଅସମ୍ଭବ ଭିଡ଼ । ଦର୍ଶକଙ୍କ ଭରପୂର ଭଲ ପାଇବା ସହ ଦିନକୁ ଦିନ ନୂତନ ରେର୍କଡ଼ ସୃଷ୍ଟି କରୁଛି ସନ୍ନି ଦେଓଲଓ ଅମିଷା ପଟେଲ ଷ୍ଟାରର ଏହି ଫିଲ୍ମ । ହେଲେ ଏକ ହଲ୍‌ରେ ଏହି ଫିଲ୍ମ ଚାଲିଥିବା ବେଳେ ଦର୍ଶକଙ୍କ ମଧ୍ୟରେ ହାତାହାତିର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ସୋଶାଲ ମିଡିଅରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି, ଗଦ୍ଦର-୨ ଦେଖିବାକୁ ଏକ ହଲ୍‌ରେ ଦର୍ଶକଙ୍କ ଭିଡ଼ ଖଚାଖଚ ଥିଲା। ଉକ୍ତ ସମୟରେ ଭିଡ଼ରୁ ଜଣେ ଦର୍ଶକ ‘ପାକିସ୍ତାନ ଜିନ୍ଦାବାଦ’ ବୋଲି କହିବାକୁ ଲାଗିଲେ। ଏହା ଶୁଣି ହଲ୍‌ରେ ଥିବା ବହୁ ଦର୍ଶକ ଉକ୍ତ ବ୍ୟକ୍ତିଙ୍କୁ ଘେରି ଯାଇ ପ୍ରବଳ ପିଟିଥିଲେ।

ଏହି ଭିଡିଓ କେଉଁ ହଲ୍‌ର ଓ କେବେକାର ଘଟଣା ତାହା ସ୍ପଷ୍ଟ ହୋଇ ପାରିନି। ମାତ୍ର ତାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ହଲ୍‌ରେ ‘ଗଦ୍ଦର-୨’ ଫିଲ୍ମ ଚାଲିଥିବା ବେଳେ ବହୁ ସଂଖ୍ୟାରେ ଉତ୍ତ୍ୟକ୍ତ ଲୋକେ ଜଣେ ବ୍ୟକ୍ତିଙ୍କୁ ନିର୍ଧୂମ ପିଟିବାରେ ଲାଗିଛନ୍ତି। ତେବେ ଏନେଇ କୌଣସି ଥାନାରେ ମାମଲା ରୁଜୁ ହୋଇ ନ ଥିବା ଜଣାଯାଇଛି।

ଗଦ୍ଦର-୨ ଚଳିତ ବର୍ଷର ସୁପରହିଟ୍‌ ଫିଲ୍ମ ସାବ୍ୟସ୍ତ ହୋଇ ସାରିଛି । ଶାହରୁଖ ଖାନଙ୍କ ‘ପଠାନ’ ପରେ ଏହା ଦ୍ୱିତୀୟ ସର୍ବାଧିକ ଓପନିଂ କରିଥିବା ଫିଲ୍ମ ବୋଲି ଜଣାଯାଇଛି। ଏହି ଫିଲ୍ମର ସିଧା ଟକ୍କର ଏବେ ଖିଲାଡି କୁମାରଙ୍କ ଫିଲ୍ମ ‘OMG 2’ ସହ ଚାଲିଛି। ତେବେ ‘ଗଦ୍ଦର-୨’ ‘OMG 2’ କୁ ପଛରେ ପକାଇ ସାରିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/hEbyzt2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages