ଇସ୍ତଫା ଦେଲେ ହାଇକୋର୍ଟ ବିଚାରପତି, କହିଲେ- ଆତ୍ମସମ୍ମାନ ବିରୋଧରେ କାମ କରି ପାରିବିନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 4, 2023

ଇସ୍ତଫା ଦେଲେ ହାଇକୋର୍ଟ ବିଚାରପତି, କହିଲେ- ଆତ୍ମସମ୍ମାନ ବିରୋଧରେ କାମ କରି ପାରିବିନି

‘ମୁଁ ମୋ ଆତ୍ମସମ୍ମାନ ବିରୋଧରେ କାମ କରି ପାରିବିନି । ତେଣୁ ନିଜ ପଦରୁ ଇସ୍ତଫା ଦେଉଛି।’ ଗତକାଲି ଏପରି କହି ନିଜ ପଦରୁ ଇସ୍ତଫା ଦେଇଛନ୍ତି ବମ୍ବେ ହାଇକୋର୍ଟର ବିଚାରପତି ରୋହିତ ଦେଓ ।

ରୋହିତ ଦେଓ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ କାର୍ଯ୍ୟରତ ଥିଲେ। ଏନେଇ ସେ ଗତକାଲି କୋର୍ଟ ରୁମ୍‌ରେ ଘୋଷଣା କରିଥିଲେ। ଏହା ଶୁଣି କୋର୍ଟରେ ଉପସ୍ଥିତ ସମସ୍ତେ ଅବାକ୍‌ ହୋଇ ଯାଇଥିଲେ।

ଗତକାଲି କୋର୍ଟ ରୁମ୍‌ରେ ଓକିଲଙ୍କ ସମେତ ଅନ୍ୟ କର୍ମଚାରୀଙ୍କ ଭିଡ଼ ଜମିଥିବା ବେଳେ ସେଠାରେ ଉପସ୍ଥତ ଜଷ୍ଟିସ୍‌ ରୋହିତ ଦେଓ ନିଜ ଇସ୍ତଫା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ। ଆତ୍ମସମ୍ମାନରେ ଆଞ୍ଚ ଆସିବାରୁ ସେ ଏପରି କଠୋର ପଦକ୍ଷେପ ନେଇଥିବା କହିଥିଲେ । ମାତ୍ର ନିର୍ଦ୍ଦିଷ୍ଟ ଭାବେ କେଉଁ ଘଟଣା ଯୋଗୁ ସେ ନିଜ କ୍ୟାରିଅରକୁ ଜଳାଞ୍ଜଳି ଦେବାକୁ ପଛାଇ ନାହାନ୍ତି ତାହା ଉପରେ ପାଟି ଫିଟାଇ ନ ଥିଲେ।

ଏହି ଅବସରରେ ସେ ନିଜ ସହଯୋଗୀ ଓକିଲମାନଙ୍କୁ ପୂର୍ବରୁ କରିଥିବା ଗାଳିଗୁଲଜ ପାଇଁ ସମସ୍ତଙ୍କୁ କ୍ଷମା ମାଗିଥିଲେ। ଏଥିସହ ସେ କହିଥିଲେ, ମୁଁ ଆପଣମାନଙ୍କୁ ଏଥିପାଇଁ କଡ଼ା କଥା କହୁଥିଲି, କାରଣ ମୁଁ ଚାହୁଁଥିଲି ଆପଣମାନେ ନିଜ କ୍ୟାରିଅରେ ଆଗକୁ ବଢ଼ନ୍ତୁ, କାମରେ ଦକ୍ଷ ହୁଅନ୍ତୁ। ମୁଁ ବ୍ୟକ୍ତିଗତ ଭାବେ କାହାକୁ ଆଘାତ ପହଞ୍ଚାଇବାକୁ ଚାହୁଁ ନ ଥିଲି, କାରଣ ଆପଣମାନେ ସମସ୍ତେ ମୋ’ ପରିବାର ପରି।

ବିଚାରପତିଙ୍କ ଏପରି ନିଷ୍ପତ୍ତିରେ ବିଚଳିତ ହୋଇ ପଡ଼ିଥିବା ତାଙ୍କ ସହଯୋଗୀମାନେ ନିଜ ଇସ୍ତଫା ପ୍ରତ୍ୟାହାର କରିନେବାକୁ ଅନୁରୋଧ କରିଥିଲେ ବି ସେ ନିଜ ଜିଦ୍‌ରେ ଅଟଳ ରହିଥିଲେ।

ଜଷ୍ଟିସ୍‌ ଦେଓ ୨୦୧୭ ମସିହାରେ ବମ୍ବେ ହାଇକୋର୍ଟ ଜଜ ଭାବେ ଯୋଗ ଦେଇଥିବା ବେଳେ ୨୦୨୫ରେ ଅବସର ନେଇଥାନ୍ତେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/omeXFxr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages