ପୋଷ୍ଟର ମାରି ବିଜେଡିର ନେତା ଓ ମନ୍ତ୍ରୀଙ୍କୁ ଧମକ ଦେଲେ ନକ୍ସଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 23, 2023

ପୋଷ୍ଟର ମାରି ବିଜେଡିର ନେତା ଓ ମନ୍ତ୍ରୀଙ୍କୁ ଧମକ ଦେଲେ ନକ୍ସଲ

ପୋଷ୍ଟର ମାରି ବିଜେଡିର ନେତା ଓ ମନ୍ତ୍ରୀଙ୍କୁ ଧମକ ଦେଲେ ନକ୍ସଲ। ଘଟଣା ଘଟିଛି ରାୟଗଡ ଓ କନ୍ଧମାଳ ସୀମାନ୍ତରେ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ରାମନାକୁପୁଲି ଛକ ନିକଟରେ ଏକ ପୋଷ୍ଟର ମାରିଛନ୍ତି ନକ୍ସଲ। ଏହି ପୋଷ୍ଟରରେ କାଶିପୁର ବ୍ଲକର ଶୁଙ୍ଗେରୁ ପଞ୍ଚାୟତର ୨୧ ଜଣଙ୍କୁ ପୁଲିସ ଗିରଫ କରିବା ନେଇ ନକ୍ସଲମାନେ ପ୍ରତିକ୍ରିୟା ରଖିଛନ୍ତି। ବିଜେଡିର ତୁଙ୍ଗ ନେତା ତଥା ରାଜ୍ୟ ଉପସଭାପତି ଏନ୍ ଭାସ୍କର ରାଓ,ଜିଲ୍ଲା ବିଜେଡି ସଭାପତି ସୁଧିର ଦାଶ ଓ  ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଟାଗେଟ୍ କରିଛନ୍ତି।

ପୋଷ୍ଟରରେ ନକ୍ସଲମାନେ ଉଲ୍ଲେଖ କରିଛନ୍ତି ଯେ, ରାୟଗଡ଼ା ଜିଲ୍ଲାରେ ନିର୍ଦ୍ଦୋଶ ଲୋକ ଓ ଜନ ଅନ୍ଦୋଳକାରୀଙ୍କୁ ରାତିଅଧିଆ ଉଠାଇ ନେଇ ମାଡ଼ ମାରିବା ଓ ମିଛ କେସରେ ଫସାଇବା ବନ୍ଦ କର। ଜେଲରେ ଥିବା ସମସ୍ତ ବନ୍ଦୀଙ୍କୁ ତୁରନ୍ତ ଖଲାସ କର। ନଚେତ ଏସବୁ ଚକ୍ରାନ୍ତ ଉପରେ ଦାୟୀ ଥିବା ବିଜେଡି ନେତା ଏନ୍ ଭାସ୍କର ରାଓ , ସୁଧିର ଦାଶ ଓ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କିଛି ଦିନ ପୂର୍ବେ ଶୁଙ୍ଗେରୁ ପଞ୍ଚାୟତର ୨୧ ଜଣଙ୍କୁ ପୁଲିସ ଗିରଫ କରିଥଲା।  ଏମାନେ ମୈତ୍ରୀ ନାମକ ଠିକା ସଂସ୍ଥାର କିଛି ଅଧିକାରୀଙ୍କୁ ଅପହରଣ କରି ନେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକାରୀଙ୍କୁ ଉଦ୍ଧାର କରିଥିଲା। ଏହାସହ ଏହି ଘଟଣାରେ  ଯେଉଁମାନେ ସଂପୃକ୍ତ ଥିଲେ ସେମାନଙ୍କୁ  ଗିରଫ କରିଥିଲା। 

ନକ୍ସଲ ପୋଷ୍ଟର ମାରିବା ନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ସିପିଆଇ ନକ୍ସଲ ବିଜିଏନ୍‌ ଡିଭିଜିନାଲ କମିଟି ପକ୍ଷରୁ ଏହି ପୋଷ୍ଟର ମରାଯାଇଥିବା ଜଣାଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/VitTcBy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages