ପିକ୍‌ଅପ୍‌ ଭ୍ୟାନକୁ ପଛରୁ ଧକ୍କା ଦେଲା ଆମ୍ବୁଲାନ୍ସ; ୪ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 1, 2023

ପିକ୍‌ଅପ୍‌ ଭ୍ୟାନକୁ ପଛରୁ ଧକ୍କା ଦେଲା ଆମ୍ବୁଲାନ୍ସ; ୪ ଗୁରୁତର

ବାଲେଶ୍ୱର ଜିଲ୍ଲା ଏନ୍‌ଏଚ୍‌ ୧୬ ରୁପ୍‌ସା ଛକ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସଟି ପିକ୍‌ଅପ୍‌ ଭ୍ୟାନକୁ ପଛରୁ ଧକ୍କା ଦେବା ଫଳରେ ଆମ୍ବୁଲାନ୍ସର ଡ୍ରାଇଭର ଓ ହେଲପର ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ଆମ୍ବୁଲାନ୍ସଟି ଭୋଗରାଇ ବ୍ଲକ ଅର୍ନ୍ତଗତ ରାଣୀବସନ୍ତପୁରରୁ ରୋଗୀଙ୍କୁ ନେଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଭିମୁଖେ ଯାଉଥିଲା। ଏହି ସମୟରେ ରୂପସା ନିକଟରେ ଆମ୍ବୁଲାନ୍ସଟି ପିକ୍‌ଅପ୍‌ ଭ୍ୟାନ୍‌କୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଆମ୍ବୁଲାନ୍ସର ଡ୍ରାଇଭର ଓ ହେଲପର ସମେତ ୪ ଜଣ ଆହତ ହୋଇଥିଲେ। ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରାଯାଇ ଅନ୍ୟ ଏକ ଆମ୍ବୁଲାନ୍ସରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭରର କିଛି ହୋଇନାହିଁ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/AUlmOjH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages