ପାଗ ପରିବର୍ତ୍ତନର ପ୍ରଭାବ! ବଦଳୁଛି ମାଛଙ୍କ ଆକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 12, 2023

ପାଗ ପରିବର୍ତ୍ତନର ପ୍ରଭାବ! ବଦଳୁଛି ମାଛଙ୍କ ଆକାର

ଜଳବାୟୁ ପରିବର୍ତ୍ତନ କେବଳ ମାନବ ସମାଜ ଉପରେ ପ୍ରଭାବ ପକାଇଛି ତାହା ନୁହେଁ, ବୃକ୍ଷଲତା, ଜୀବଜନ୍ତୁ ବି ଏହାର ଶିକାର ହେଉଛନ୍ତି। ନିକଟରେ ଏହାର ଏକ ଅନୁଧ୍ୟାନ କରିଛନ୍ତି ବୈଜ୍ଞାନିକ, ଯାହାକୁ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଅନୁଧ୍ୟାନ ଅନୁସାରେ, କିଛି ପ୍ରଜାତିର ମାଛ ଅଛନ୍ତି, ଯେଉଁମାନଙ୍କ ଆକାର ସଙ୍କୁଚିତ ହୋଇଯାଉ ଥିବାବେଳେ କେତେକ ପ୍ରକାରର ଉଦ୍ଭିଦଙ୍କର ଆକାର ବଢ଼ିବା ଲାଗୁଛି।

ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ମାଛରେ ବହୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବା ସହିତ ଅନେକ ପ୍ରଜାତି ଆକାରରେ ସଙ୍କୁଚିତ ହେଉଛନ୍ତି। ୧୭ଟି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନଙ୍କର ଏକ ଅନ୍ତର୍ଜାତୀୟ ଦଳକୁ ନେଇ ଏହି ଅଧ୍ୟୟନ କରାଯାଇଥିଲା। ଯେଉଁଥିରେ ୪,୨୯୨ ସ୍ତନ୍ୟପାୟୀ ପ୍ରାଣୀ(Mammals), ମେରୁଦଣ୍ଡୀ ପ୍ରାଣୀ(Invertebrates), ଉଦ୍ଭିଦ, ମାଛ, ଉଭୟଚର(Amphibians) ଏବଂ ସରୀସୃପ(Reptiles)ଙ୍କ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରାଯାଇଥିଲା ଏବଂ ସେମାନଙ୍କ ଉପରେ ଅଧ୍ୟୟନ କରାଯାଇଥିଲା।

Thorny skate Fishଥ୍ରୋନି ସ୍କେଟ୍ ଫିସ୍

ଅନୁସନ୍ଧାନରୁ ଜଣାପଡ଼ିଲା ଯେ, ଉତ୍ତର ଆଟଲାଣ୍ଟିକରେ ମିଳୁଥିବା ଥ୍ରୋନି ସ୍କେଟ୍ ପରି ଏକ ମିଟର ଲମ୍ବ ବୃହତ ପ୍ରଜାତି ମାଛ ସଙ୍କୁଚିତ ହୋଇଯାଉଛନ୍ତି। ସେମାନଙ୍କ ଲମ୍ବ ଦିନକୁ ଦିନ କମିଯାଉଛି। ଅପରପକ୍ଷେ, ମାକେରେଲ ପରି ଛୋଟ ଛୋଟ ପ୍ରଜାତିର ମାଛ ପ୍ରଚୁର ପରିମାଣରେ ବୃଦ୍ଧି ପାଉଛନ୍ତି। ଏହି ପରିବର୍ତ୍ତନ ସାରା ବିଶ୍ୱରେ ଇକୋସିଷ୍ଟମ(ପରିବେଶ ପ୍ରଣାଳୀ)ର ଗଠନ ଏବଂ କାର୍ଯ୍ୟକାରିତାକୁ ପରିବର୍ତ୍ତନ କରୁଛି ବୋଲି ବୈଜ୍ଞାନିକମାନେ କହିଛନ୍ତି।

ଅପରପକ୍ଷେ, କେତେକ ପ୍ରଜାତି, ବିଶେଷକରି ଆର୍କଟିକରେ ଉଦ୍ଭିଦ ଆକାରରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଏହି ଆକାର ପରିବର୍ତ୍ତନ ପଛରେ ଥିବା କାରଣ ଜାଣିବା ପାଇଁ ଏବେ ବି ୧୦ ପ୍ରତିଶତ ଅନୁସନ୍ଧାନ ବାକି ଥିବା କହିଛନ୍ତି ବୈଜ୍ଞାନିକ। ବୈଜ୍ଞାନିକମାନେ ମତ ଦେଇଛନ୍ତି ଯେ, ବିଶ୍ୱ ଉତ୍ତାପ ବୃଦ୍ଧି, ଅତ୍ୟଧିକ ଗ୍ରହଣ, ଶିଳ୍ପ, ଯନ୍ତ୍ରପାତିର ବହୁଳ ବ୍ୟବହାର ଏପରି ପରିବର୍ତ୍ତନର ମୁଖ୍ୟ କାରଣ ହୋଇପାରେ।

 

Fishସମୁଦ୍ରରେ ମାଛ

ଅନୁସନ୍ଧାନର ମୁଖ୍ୟ ୟର୍କ ୟୁନିଭରସିଟିର ଡକ୍ଟର ଇନସ ମାର୍ଟିନ୍ସ ସ୍ପଷ୍ଟ କରିଛନ୍ତି ଯେ, ପ୍ରଜାତିଙ୍କ ସ୍ଥାନ ପରିବର୍ତ୍ତନ ଏବଂ କିଛି ପ୍ରଜାତିଙ୍କ ସଂଖ୍ୟା ମଧ୍ୟରେ ପରିବର୍ତ୍ତନ କାରଣରୁ ଜୀବମାନେ ଛୋଟ ହୋଇଯାଉ ଥିବାବେଳେ କିଛି ବୃଦ୍ଧି ପାଉଛନ୍ତି। ମାଛମାନଙ୍କ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପରିଲକ୍ଷିତ ହୋଇଛି, କିନ୍ତୁ ସୀମିତ ତଥ୍ୟ କାରଣରୁ ଅନ୍ୟ ଜୀବମାନଙ୍କରେ ପରିବର୍ତ୍ତନ କମ୍ ସ୍ପଷ୍ଟ ହୋଇଛି।

ସେଣ୍ଟ ଆଣ୍ଡ୍ର୍ୟୁସ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ମାରିଆ ଡର୍ନେଲାସ୍, ଅନୁସନ୍ଧାନର ଜଣେ ବରିଷ୍ଠ ଲେଖକ ଏହି ପରିବର୍ତ୍ତନଗୁଡିକ ବୁଝିବାର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ, ଯେତେବେଳେ ବଡ ବଡ଼ ଜୀବମାନେ ଅଦୃଶ୍ୟ ହୋଇଯାଆନ୍ତି କିମ୍ବା ସେହି ସ୍ଥାନରେ ଆଉ ଦେଖାଯାଆନ୍ତି ନାହିଁ, ସେତେବେଳେ ଅନ୍ୟମାନେ ସେହି ସ୍ଥାନଗୁଡିକୁ ବ୍ୟବହାର କରି ସେମାନଙ୍କର ସ୍ଥାନ ପୂରଣ କରିବାକୁ ଚେଷ୍ଟା କରନ୍ତି। ଏହି ଘଟଣା ବାୟୋମାସକୁ ସ୍ଥିର ରଖେ ଏବଂ ଇକୋସିଷ୍ଟମ୍ ପରିବର୍ତ୍ତନର କ୍ଷତିପୂରଣକୁ ଭରଣ କରିଥାଏ।

ତେବେ, ନଟିଂହାମ୍ ବିଶ୍ୱବିଦ୍ୟାଳୟର ସହ-ଲେଖକ ଡକ୍ଟର ଫ୍ରାଞ୍ଜିସ୍କା ସ୍କ୍ରୋଡଟ ସ୍ପଷ୍ଟ ସିଦ୍ଧାନ୍ତ ନେବା ପାଇଁ ମାଛ ବ୍ୟତୀତ ଅନେକ ଜୀବଙ୍କ ଉପରେ ଅଧିକ ତଥ୍ୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଖାଦ୍ୟ ଏବଂ ଅନ୍ୟାନ୍ୟ ପ୍ରଜାତିର ପାରସ୍ପରିକ କ୍ରିୟା ଉପରେ ଅନୁସନ୍ଧାନ କରିବାକୁ ସେ ମତ ଦେଇଛନ୍ତି। ଏହି ଅଧ୍ୟୟନର ଫଳାଫଳଗୁଡିକ ଜୈବ ବିବିଧତା ଏବଂ ଇକୋସିଷ୍ଟମ୍ କାର୍ଯ୍ୟକାରିତା ଉପରେ ବ୍ୟାପକ ପ୍ରଜାତିର ପ୍ରତିସ୍ଥାପନର ମହତ୍ୱପୂର୍ଣ୍ଣ ପ୍ରଭାବକୁ ସୂଚିତ କରେ ବୋଲି ସେ କହିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/RA8vZdi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages