ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟିରେ ସିରିଜ୍ ଦୁର୍ଘଟଣା ଘଟିଛି। ବ୍ରେକଫେଲ ହେବାରୁ ଏକ କାଜୁ ତେଲ ବୋଝେଇ ଟ୍ରକ ପ୍ରଥମେ ଏକ ବାଇକକୁ ଓ ପରେ ରାସ୍ତା ଉପରେ ଛିଡା ହୋଇଥିବା ଏକ କାରକୁ ଧକ୍କା ଦେଇଛି। ପରେ ଟ୍ରକ୍ଟି ଘାଟିରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଛି।
ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ସହ ଜଣେ ମହିଳା ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ମୃତକ ହେଲେ ବିକ୍ରମପୁର ଗାଁର ବିଷ୍ଣୁପ୍ରିୟା ସୁବୁଦ୍ଧି ଓ ଟ୍ରକ୍ ଚାଳକ ନରସିଂହ ରାଓ। ଆହତମାନଙ୍କୁ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି କରଯାଇଛି। ସ୍ଥାନାନ୍ତରିତ କରାଯାଇଛି।
ଗତକାଲି ରାତିରେ ଟ୍ରକ୍ଟି କାଜୁ ତେଲ ବୋଝେଇ କରି ପଲାସାରୁ କଲିକତା ଅଭିମୁଖେ ଯାଉଥିଲା। ବଡ଼ ଘାଟିରେ ନିକଟରେ ଟ୍ରକ୍ର ବ୍ରେକଫେଲ୍ ହୋଇଯାଇଥିଲା। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ଏକ ବାଇକ୍କୁ ଧକ୍କା ଦେଇଥିଲା। ପରେ ରାସ୍ତା ଉପରେ ଠିଆ ହୋଇଥିବା କାର୍କୁ ଧକ୍କା ଦେଇ ଘାଟି ତଳକୁ ଓଲଟି ପଡ଼ିଥିଲା।
ବାଇକ୍ରେ ବିଷ୍ଣୁପ୍ରିୟାଙ୍କ ସମେତ ତାଙ୍କ ଭାଇ ଓ ପୁଅ ଥିଲେ। ସେମାନେ ତଳକୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ବିଷ୍ଣୁପ୍ରିୟାଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଥିଲେ। ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭରର ମୃତ୍ୟୁ ଘଟିଥିବା ବେଳେ ହେଲପର ଆହତ ହୋଇଥିଲେ। କାର୍ରେ କେହି ନଥିଲେ। ପୁଲିସ ବାଇକ ଓ ଟ୍ରକ୍କୁ ଜବତ କରି ଘଟଣାର ତଦନ୍ତ କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/KyHXVDo
No comments:
Post a Comment