ପୁଅ ସହ ଘରକୁ ଫେରୁଥିଲେ ପୂର୍ବତନ ମେୟର, କାର୍‌ ଉପରକୁ ହେଲା ବୋମାମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 29, 2023

ପୁଅ ସହ ଘରକୁ ଫେରୁଥିଲେ ପୂର୍ବତନ ମେୟର, କାର୍‌ ଉପରକୁ ହେଲା ବୋମାମାଡ଼

ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ କାର ଉପରକୁ ବୋମାମାଡ଼ । ଗୋଷାଣି ନୂଆଁଗାଁ ବଡ଼ ସାହିଠାରେ ଶିବ ଶଙ୍କର ଦାଶଙ୍କ ଗାଡି ଉପରକୁ ବୋମାମାଡ଼ ହୋଇଛି । ଏଥିରେ କେହି ଆହତ ହୋଇନଥିବା ବେଳେ ଗାଡିର ଆଗ ଭାଗ ଭାଙ୍ଗିରୁଜି ଯାଇଛି ।

ଖବର ପାଇ ଘଟଣାସ୍ଥଳଳେ ଟାଉନ ଥାନା ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଗୋଷାଣିନୂଆଗାଁ ଥାନା ଅଧିକାରୀ ସ୍ମୃତି ପ୍ରଭା ପ୍ରଧାନ ଓ ଟାଉନ ଥାନା ଅଧିକାରୀ ସୁରେଶ ତ୍ରିପାଠୀ ପ୍ରମୁଖ ପହଞ୍ଚି ତନାଘନା କରୁଛନ୍ତି।

ଗତକାଲି ରାତି ପ୍ରାୟ ୧୦ଟାରେ ଶିବଶଙ୍କର ପୁଅ ଦେହ ଖରାପ ଥିବାରୁ ନିଜ କାରରେ ନିକଟସ୍ଥ ଏକ ଘରୋଇ କ୍ଲିନିକ୍କୁ ନେଇ ଚିକିତ୍ସା ପରେ ଘରକୁ ଫେରୁଥିଲେ। ବଡ଼ ମଠ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଲୁଚି ରହିଥିଲେ। ହଠାତ୍ ବୋମାମାଡ଼ କରି ଘଟଣା ସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ।

ଏନେଇ ଗୋଷଣିନୁଆଗାଁ ଥାନାରେ ଅଭିଯୋଗ ହୋଇଛି। ତେବେ ପୂର୍ବରୁ ମଧ୍ୟ ଶିବଶଙ୍କରଙ୍କ ଉପରେ ଏଭଳି ଆକ୍ରମଣ ହୋଇଥିଲା।

ତେବେ ଗତ କିଛି ଦିନ ହେଲା ପୁଣି ଥରେ ଶିବ ଶଙ୍କର ଦାସ ରାଜନୀତିରେ ଆକ୍ଟିଭ ହେବା ଦେଖି କିଛି ଲୋକ ଅସହ୍ୟ ହୋଇ ଏଭଳି କରି ଥାଇ ପାରନ୍ତି ବୋଲି ସେ କହିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ukTgQ4f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages