କାଜୁ ପନିର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 22, 2023

କାଜୁ ପନିର

ଆବଶ୍ୟକ ସାମଗ୍ରୀ: ପନିର, କାଜୁ ପେଷ୍ଟ, ପିଆଜ, ରସୁଣ ପେଷ୍ଟ, ଅଦା ଓ କଞ୍ଚାଲଙ୍କା ପେଷ୍ଟ, ଟମାଟୋ ପ୍ୟୁରି, ହଳଦୀ, ଧନିଆ ପାଉଡର, ଲଙ୍କା ପାଉଡର, କ୍ରିମ୍‌, ଜିରା, ଗରମମସଲା, ଲୁଣ, ଧନିଆପତ୍ର, ଭଜା ହୋଇଥିବା କାଜୁ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପନିରକୁ ଛୋଟ ଛୋଟ ଆକାରରେ କାଟି ଏକ ପାତ୍ରରେ ରଖନ୍ତୁ। ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କଟା ପିଆଜକୁ ପକାଇ ଅଳ୍ପ ଭାଜନ୍ତୁ। ପିଆଜ ଭାଜି ହୋଇଯିବାପରେ ତାକୁ ଏକ ପ୍ଲେଟ୍‌କୁ କାଢ଼ି ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ। ପିଆଜ ଥଣ୍ଡା ହେଲା ପରେ ତାକୁ ଗ୍ରାଇଣ୍ଡିଂ କରି ପେଷ୍ଟ ପ୍ରସ୍ତୁତ କରନ୍ତୁ। ପରେ ପୁଣି କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ଅଳ୍ପ ଜିରା ପକାନ୍ତୁ। ପରେ ସେଥିରେ ପିଆଜ ପେଷ୍ଟ, ଅଦା କଞ୍ଚାଲଙ୍କା ପେଷ୍ଟ ଓ ରସୁଣ ପେଷ୍ଟ ପକାଇ କଷନ୍ତୁ। ମସଲା କଷି ହୋଇଗଲା ପରେ ସେଥିରେ ଟମାଟୋ ପ୍ୟୁରି ପକାନ୍ତୁ। ତା’ପରେ ହଳଦୀ, ଧନିଆ ପାଉଡର ଓ ଲଙ୍କା ପାଉଡର ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ମସଲା ଭଲଭାବେ କଷି ହୋଇଗଲା ପରେ ସେଥିରେ କ୍ରିମ୍‌, କାଜୁ ପେଷ୍ଟ, ଲୁଣ ପକାଇ ୨ରୁ ୩ ମିନିଟ୍‌ ପର୍ଯ୍ୟନ୍ତ ଘାଣ୍ଟନ୍ତୁ।

ପରେ ପାଣି ଦେଇ ତାକୁ କିଛି ସମୟ ଫୁଟିବାକୁ ଛାଡ଼ି ଦିଅନ୍ତୁ। ଗ୍ରେଭି ଫୁଟିବା ମାତ୍ରେ କଟା ପନିରକୁ ପକାଇ ୨ରୁ ୩ ମିନିଟ୍‌ ପର୍ଯ୍ୟନ୍ତ ଫୁଟାଇ ଚୁଲା ବନ୍ଦ କରିଦିଅନ୍ତୁ। ଆଞ୍ଚ ବନ୍ଦ କରିବା ମାତ୍ରେ ଗରମମସଲା ମିଶାନ୍ତୁ। ପ୍ରସ୍ତୁତ ହୋଇଗଲା ‘କାଜୁ ପନିର’ । ଏହା ପରେ ସେଥିରେ କଟା ଧନିଆପତ୍ର ପକାଇ ତାକୁ ଗାର୍ନିସ କରିସାରିବା ପରେ ପରଷନ୍ତୁ। ଏହାକୁ ଗରମ ଗରମ ରୁଟି ଓ ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/KhFc06e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages