ଉଦୟନିଧିଙ୍କ ସାଂଘାତିକ ବାଣ; କହିଲେ- ନୂତନ ସଂସଦ ଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ କାହିଁକି ନିମନ୍ତ୍ରୀତ ହୋଇ ନ ଥିଲେ ରାଷ୍ଟ୍ରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 20, 2023

ଉଦୟନିଧିଙ୍କ ସାଂଘାତିକ ବାଣ; କହିଲେ- ନୂତନ ସଂସଦ ଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ କାହିଁକି ନିମନ୍ତ୍ରୀତ ହୋଇ ନ ଥିଲେ ରାଷ୍ଟ୍ରପତି

ସନାତନ ଧର୍ମକୁ ଟାର୍ଗେଟ କରି ପୁଣି ଥରେ ମୁହଁ ଖୋଲିଛନ୍ତି ତାମିଲନାଡ଼ୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ । ଉଦୟନିଧିଙ୍କ 'ସନାତନ ବିରୋଧୀ' ମନ୍ତବ୍ୟ ଦିନକୁ ଦିନ ତୀବ୍ରତର ହେବାରେ ଲାଗିଥିବା ବେଳେ ଏଥର ସେ ବାଢ଼ିଛନ୍ତି ନୂଆ ଯୁକ୍ତି। ନୂଆ ସଂସଦ ଭବନ ଉଦ୍‌ଘାଟନ ସମୟରେ ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବା ବେଳେ ଏହାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ଉଦୟନିଧି।

ଉଦୟନିଧିଙ୍କ କହିବାନୁଯାୟୀ, ଦୌପଦୀ ମୁର୍ମୁ ଆମର ପ୍ରଥମ ନାଗରିକ ହୋଇଥିବା ସତ୍ତ୍ୱେ ସେ ଜଣେ ବିଧବା ଓ ଆଦିବାସୀ ସମ୍ପ୍ରଦାୟର ମହିଳା ହୋଇଥିବାରୁ ତାଙ୍କୁ ସଂସଦ ଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମରୁ ଦୂରେଇ ରଖାଗଲା। ଏହା କ’ଣ ସନାତ ଧର୍ମର ଆଦର୍ଶ ବୋଲି ପ୍ରଶ୍ନ କରିଛନ୍ତି ଉଦୟନିଧୀ ।

ତାଙ୍କ କହିବାନୁଯାୟୀ, ୮ ଶହ କୋଟି ଟଙ୍କା ବିନିମୟରେ ନୂଆ ସଂସଦ ଭବନ ନିର୍ମାଣ କରାଗଲା। କିନ୍ତୁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନ କରିବା ଅନ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା। ଏପରିକି ଏଥିନିମନ୍ତେ ଭବ୍ୟ ଉଦ୍‌ଘାଟନ ସମାରୋହର ଆୟୋଜନ କରାଯାଇଥିବା ବେଳେ ତାମିଲନାଡ଼ୁରୁ ବହୁ ସାଧୁସନ୍ଥଙ୍କୁ ନିମନ୍ତ୍ରଣ କରାଯାଇଥିଲା। ମାତ୍ର ଦେଶର ପ୍ରଥମ ନାଗରିକଙ୍କୁ କିନ୍ତୁ ଗୋଟିଏ ବି ନିମନ୍ତ୍ରଣ ପତ୍ର ଦିଆଗଲା ନାହିଁ । ଏହା କ’ଣ ସନାତନ ଧର୍ମ ବୋଲି ପଚାରିଛନ୍ତି ଉଦୟନିଧି । ଏହା ପଛରେ କ’ଣ କାରଣ ରହିଛି ତାହା ଦେଶବାସୀଙ୍କ ସମ୍ମୁଖରେ ରଖିବାକୁ ସେ ଏକ ଜନସଭାକୁ ସମ୍ବୋଧନ କରି କହିଛନ୍ତି।

ଏହାବାଦ ସେ କହିଛନ୍ତି, ଲୋକସଭାରେ ଐତିହାସିକ ମହିଳା ସଂରକ୍ଷିତ ବିଲ୍‌ ପାସ୍‌ ସମୟରେ ବଲିଉଡ ଅଭିନେତ୍ରୀମାନଙ୍କୁ ନିମନ୍ତ୍ରିତ କରାଯାଇଥିଲା। ଅଥଚ ବ୍ୟକ୍ତିଗତ କାରଣରୁ ରାଷ୍ଟ୍ରପତିଙ୍କୁ କିନ୍ତୁ ଦେଖିବାକୁ ମିଳି ନ ଥିଲ। ଏହା ସନାତନ ଧର୍ମର ପ୍ରଭାବ ନୁହେଁ ତ ଆଉ କ’ଣ ବୋଲି କହିଛନ୍ତି ଉଦୟନିଧି ।

ଏଥିସହ ତାଙ୍କ ମନ୍ତବ୍ୟ ଉପରେ ଚାଲିଥିବା ବିବାଦ ସମ୍ପର୍କରେ ପଚାରିବାରୁ ଉଦୟନିଧି କହିଛନ୍ତି, ମୋ’ମୁଣ୍ଡ ଉପରେ ରେଟ୍‌ ଫିକ୍ସ କରାଯାଇଛି। ହେଲେ ଏହାକୁ ନେଇ ମୁଁ ବିଚଳିତ ନୁହେଁ। ସନାତନ ଧର୍ମକୁ ଉପାଡ଼ି ଫୋପାଡ଼ିବା ଡିଏମକେର ଲକ୍ଷ୍ୟ । ନିଜ ଲକ୍ଷ୍ୟ ସ୍ଥଳରେ ନ ପହଞ୍ଚିବା ପର୍ଯ୍ୟନ୍ତ ଆମେ ଶାନ୍ତିରେ ବସି ପାରିବୁ ନାହିଁ ବୋଲି କହିଛନ୍ତି ଉଦୟନିଧି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/EY5Ploa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages