ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଅଧିବେଶନର ପ୍ରଥମ ଦିନ ୧୧ଟାରୁ ଗୃହ କାର୍ଯ୍ୟ ଆରମ୍ଭ ହେବ। ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ ପରେ ପ୍ରଥମାର୍ଦ୍ଧ ମୁଲତବି ରହିବ। ଅକ୍ଟୋବର ୪ତାରିଖ ପର୍ଯ୍ୟନ୍ତ ବସିବାକୁ ଥିବା ଏହି ଅଧିବେଶନ ବେଶ୍ ସରଗରମ ହେବ ବୋଲି ଆଶଙ୍କା କରାଯାଉଛି । ମୌସୁମୀ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ଅପରାହ୍ନ ୫ଟାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅତିରିକ୍ତ ବଜେଟ ଗୃହରେ ଉପସ୍ଥାପନ କରିବେ। ଅତିରିକ୍ତ ବଜେଟର ଆକାର ପ୍ରାୟ ୨୧ ହଜାର କୋଟି ବୋଲି ଜଣାପଡଛି।
ସୋମବାର ଅର୍ଥାତ୍ ୨୫ତାରିଖରୁ ୨୮ତାରିଖ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ । ପ୍ରଫେଟ୍ ମହମ୍ମଦଙ୍କ ଜୟନ୍ତୀ ପାଇଁ ୨୯ତାରିଖ, ଅକ୍ଟୋବର ୧ ରବିବାର ଓ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ପାଇଁ ଛୁଟି ରହିବ । ଅକ୍ଟୋବର ୩ତାରିଖରେ ଏହି ଅତିରିକ୍ତ ବଜେଟକୁ ଗୃହୀତ ପାଇଁ ବ୍ୟୟମଞ୍ଜୁରୀ ବିଲ୍ ଆସିବ ଓ ଗୃହରେ ଉକ୍ତଦିନ ହିଁ ତାହା ପାରିତ ହେବ ବୋଲି ଜଣାପଡ଼ିଛି ।
ଉଲ୍ଲେଖଯୋଗ୍ୟ, ବିଜେଡି ଇତିମଧ୍ୟରେ ନିଜର ୩ଜଣ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡ଼ାଙ୍କୁ ଦଳରୁ ବହିଷ୍କାର ଏବଂ ଜଣେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ନିଲମ୍ବନ କରିଥିବାରୁ ଗୃହରେ ସେମାନଙ୍କର ଆସନ ବଦଳିବାର ସମ୍ଭାବନା ଅଛି ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/4BV7vkn
No comments:
Post a Comment