ଭାରତୀୟ ସମ୍ବିଧାନର ମୁଖବନ୍ଧ ଟ୍ୱିଟ କଲା କଂଗ୍ରେସ, ଶବ୍ଦଗତ ତ୍ରୁଟି ଦର୍ଶାଇ ବର୍ଷିଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 5, 2023

ଭାରତୀୟ ସମ୍ବିଧାନର ମୁଖବନ୍ଧ ଟ୍ୱିଟ କଲା କଂଗ୍ରେସ, ଶବ୍ଦଗତ ତ୍ରୁଟି ଦର୍ଶାଇ ବର୍ଷିଲା ବିଜେପି

ଇଣ୍ଡିଆ ବନାମ ଭାରତକୁ ନେଇ ଜାତୀୟ ସ୍ତରରେ ରାଜନୀତି ତେଜିବାରେ ଲାଗିଛି। ମୁହାଁମୁହିଁ ହୋଇଛନ୍ତି ଦୁଇ ପାରମ୍ପରିକ ବିରୋଧୀ ଗୋଷ୍ଠୀ କଂଗ୍ରେସ ଓ ବିଜେପି । ବିରୋଧୀ ଦଳଗୁଡ଼ିକ ସେମାନଙ୍କ ମେଣ୍ଟର ନାଁ ଇଣ୍ଡିଆ ରଖିବାରୁ କ୍ଷମତାସୀନ ବିଜେପି ଭାରତ ଭେଳିକି ଦେଖାଉଛି ବୋଲି ଅନେକ ବିରୋଧୀ ଦଳ ନେତା ମତ ରଖିଛନ୍ତି। ଏପରିକି କଂଗ୍ରେସ କରିଥିବା ପୋଷ୍ଟକୁ କାଉଣ୍ଟର କରିବାକୁ ପଛାଇ ନାହିଁ ବିଜେପି ।

କଂଗ୍ରେସ ନିଜ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର) ରେ ଭାରତର ସମ୍ବିଧାନରୁ ଭାରତ ଶବ୍ଦକୁ ଲେଖିବା ପାଇଁ କଲମ ଧରିଥିବା ଜଣେ ବ୍ୟକ୍ତିଙ୍କ ଫଟୋ ପୋଷ୍ଟ କରିବା ସହ ଭାରତ ସମ୍ବିଧାନର ମୁଖ୍ୟବନ୍ଧକୁ ପୋଷ୍ଟ କରିଛି। ଏପରିକି ଟ୍ୟାଗ୍‌ ଲାଇନ୍‌ରେ INDIA ଶବ୍ଦର ବିଲୋପ କରିବା ଅସମ୍ଭବ ବୋଲି ଲେଖାଯାଇଛି।

ମାତ୍ର ଉକ୍ତ ମୁଖବନ୍ଧରେ ବହୁ ଶବ୍ଦଗତ ତ୍ରୁଟି ଥିବା ବେଳେ ଏହାକୁ ଟାର୍ଗେଟ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା।  ଏହି ସୁଯୋଗକୁ ହାତ ଛଡ଼ା ନ କରି ନଡ୍ଡା କଂଗ୍ରେସ ଉପରକୁ ଶାଣିତ ଆକ୍ରମଣ କରିବାକୁ ପଛାଇ ନାହାନ୍ତି।

ଭାରତର ସମ୍ବିଧାନର ମୁଖବନ୍ଧ ବିଷୟରେ ଅବଗତ ନ ଥିବାରୁ ନଡ୍ଡା କଂଗ୍ରେସ ଦଳକୁ ନିନ୍ଦା କରିବାକୁ ପଛାଇ ନାହାନ୍ତି। ଭାରତୀୟ ସମ୍ବିଧାନର ମୁଖବନ୍ଧ ବିଷୟରେ ଜ୍ଞାନ ନ ଥିବା ଦଳଠାରୁ ଆମେ କ’ଣ ଆଶା କରି ପାରିବା ବୋଲି ସେ କହିଛନ୍ତି। ଏଥିସହ ସେ କହିଛନ୍ତି ଭାରତର ସମ୍ବିଧାନ ତଥା ଡକ୍ଟର ଆମ୍ବେଦକରଙ୍କ ପ୍ରତି କଂଗ୍ରେସର ସମ୍ମାନର ଘୋର ଅଭାବ ରହିଛି। 

କଂଗ୍ରେସ ପକ୍ଷରୁ ତୁରନ୍ତ ଉକ୍ତ ଟ୍ୱିଟକୁ ଡିଲିଟ କରି ଦିଆଯାଇଥିବା ବେଳେ ନଛୋଡ଼ବନ୍ଧ ନଡ୍ଡା କିନ୍ତୁ ଡିଲିଟ ହୋଇ ଯାଇଥିବା ଟ୍ୱିଟକୁ ବି ଶେଆର କରିବାକୁ ପଛାଇ ନାହାନ୍ତି।

ସୂଚନାନୁସାରେ, କେନ୍ଦ୍ର ଖୁବ୍‌ ଶୀଘ୍ର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାର କାର୍ଯ୍ୟକ୍ରମ ଥିବା ବେଳେ ସେଠାରେ ଏକ ସଂକଳ୍ପ ପାରିତ ହେବାର ସମ୍ଭାବନା ରହିଛି। ଯେଉଁଥିରେ INDIAକୁ ଭାରତ ନାମରେ ନାମିତ କରାଯିବ ବୋଲି ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ ସୁଦ୍ଧା, ଭାରତର ସମ୍ବିଧାନର ଧାରା-୧ ରେ କୁହାଯାଇଛି, INDIA ଅର୍ଥାତ୍ ଭାରତ ସଂଘୀୟ ରାଜ୍ୟଙ୍କ ସମାହାର । ସେପ୍ଟେମ୍ବର ୧୮ ରୁ ୨୨ ପର୍ଯ୍ୟନ୍ତ ହେବାକୁ ଥିବା ସ୍ୱତନ୍ତ୍ର ଅଧିବେଶନରେ ଏହି ଆର୍ଟିକିଲରେ ସଂଶୋଧନ ହେବାର ସମ୍ଭାବନା ରହିଛି। ତଥାପି ଏ ବାବଦରେ ସରକାରୀ ସ୍ତରରେ କୌଣସି ବିବୃତି ଦିଆଯାଇ ନାହିଁ। 

ଏହି ସମୟରେ, କଂଗ୍ରେସ ଦଳ ଦାବି କରିଛି ଯେ ବିରୋଧୀ ଦଳଗୁଡ଼ିକ ସେମାନଙ୍କ ମେଣ୍ଟର ନାଁ ଇଣ୍ଡିଆ ରଖିବାରୁ କ୍ଷମତାସୀନ ବିଜେପି ଭାରତ ଭେଳିକି ଦେଖାଉଛି ବୋଲି ଅନେକ ବିରୋଧୀ ଦଳ ନେତା ମତ ରଖିଛନ୍ତି। ଏହି ଘଟଣାକୁ ନେଇ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ମୋଦି ଭାରତର ପରମ୍ପରା, ଇତିହାସକୁ ନଷ୍ଟଭ୍ରଷ୍ଟ କରିବାକୁ ଚେଷ୍ଟା ଚଳାଇଛନ୍ତି। ଭାରତ ରାଜ୍ୟମାନଙ୍କ ସମାହାର ହୋଇଥିବା ବେଳେ ମୋଦି ଏହାକୁ ଫାଳ ଫାଳ କରିବାକୁ ଚାହୁଁଥିବା ସେ ଅଭିଯୋଗ କରିଛନ୍ତି ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/j2Fxn5K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages