ପୂର୍ବତନ ସରପଞ୍ଚ ଓ ସ୍ୱାମୀଙ୍କୁ ନିର୍ମମ ହତ୍ୟା; ଘରେ ରକ୍ତର ଛିଟା, କୂଅରୁ ମିଳିଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 13, 2023

ପୂର୍ବତନ ସରପଞ୍ଚ ଓ ସ୍ୱାମୀଙ୍କୁ ନିର୍ମମ ହତ୍ୟା; ଘରେ ରକ୍ତର ଛିଟା, କୂଅରୁ ମିଳିଲା ମୃତଦେହ

ଘରେ ପଡ଼ିଥିଲା ରକ୍ତର ଛିଟା, ଆଉ କୂଅରେ ଭାସୁଥିଲା ମୃତଦେହ। ପୂର୍ବତନ ସରପଞ୍ଚଙ୍କ ସହ ତାଙ୍କ ସ୍ୱାମୀଙ୍କୁ ବି ମାରି କୂଅରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ଏପରି ଏକ ଚାଞ୍ଚଲ୍ୟକର ଘଟଣା କେନ୍ଦୁଝର ଜିଲା ହାଟଡିହି ବ୍ଲକ କେ.ବାଲିପାଳ ପଞ୍ଚାୟତର ମୟୂରନଚା ଗ୍ରାମରେ ଘଟିଛି। ମୃତକଦ୍ୱୟ ହେଲେ କେ.ବାଲିପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ୱାମୀ ନିରଞ୍ଜନ ପାତ୍ର ।

ନିରଞ୍ଜନ ବଉଳା ଫାଣ୍ଡିର ଗ୍ରାମରକ୍ଷୀ ଥିବାବେଳେ ତାଙ୍କ ସ୍ତ୍ରୀ ରମ୍ଭା ପାତ୍ର ପୂର୍ବରୁ କେ ବାଲିପାଳ ପଂଚାୟତର ସରପଞ୍ଚ ଥିଲେ। ଉଭୟଙ୍କର କୌଣସି ସନ୍ତାନ ନ ଥିବା ବେଳେ ସେମାନେ ମୟୂରନଚା ଗ୍ରାମରେ ରହୁଥିଲେ।

ଗତ ମଙ୍ଗଳବାର ରାତିରେ ଉଭୟ ଖାଇ କି ଶୋଇଥିବା ପାଖପଡୋଶୀ କହିଛନ୍ତି।  ବୁଧବାର ଗାଁ ଲୋକେ ରମ୍ଭା ପାତ୍ରଙ୍କ ଘରକୁ ଯାଇଥିବା ବେଳେ ଡାକିବାରୁ କେହି ଶୁଣି ନ ଥିଲେ। ଏହାପରେ ସେମାନେ କବାଟ ଖୋଲି ଭିତରେ ପଶିବାରୁ ଭିତରେ ରକ୍ତ ଛିଟା ପଡ଼ିଥିବା ଦେଖିବାବାକୁ ପାଇଥିଲେ। ଏହାପରେ ଖୋଜାଖୋଜି କରିବାରୁ କୂଅରେ ରମ୍ଭାମଣୀଙ୍କ ମୃତ ଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ।

ଖବରପାଇ ସୋସୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି କୂଅ ଭିତରୁ ୨ଟି ଯାକ ମୃତଦେହ ଉଦ୍ଧାର କରିଥିଲେ। ଉଭୟଙ୍କ ପିଠିରେ କ୍ଷତ ଚିହ୍ନ ଥିବାରୁ କେହି ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅନୁମାନ କରାଯାଉଛି। 

 ଏନେଇ ନିରଞ୍ଜନଙ୍କ ପୁତୁରା ସୋସୋ ଥାନାରେ ଅଭିଯୋଗ କରିଛନ୍ତି। ଆଜି ସକାଳୁ ପୁଲିସ ଶବକୁ ଉଦ୍ଧାର କରିବା ସହି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୂର୍ବ ଶତ୍ରୁତାରୁ ଏପରି ଜଘନ୍ୟ କାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/LO3nYom

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages